ପୋଖରୀ ଗାଧେଇବାବେଳେ ଦୁଇ ନାବାଳିକା ମୃତ୍ୟୁ

ସାନଖେମୁଣ୍ଡି :-୧୮/୦୮ lଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ତିନିଜଣ ନାବାଳିକା ପୋଖରୀକୁ ଗାଧେଇଯିବାବେଳେ ଦୁଇ ଜଣ ନାବାଳିକା ପାଣିରେ ବୁଡ଼ିଯାଇଥିଲେ।ଜଣେ ନାବାଳିକା ପାଟିକରି ଡାକିବାରୁ କିଛି ଲୋକ ଆସିଥିଲେ। ସେଠାରେ ଉପସ୍ଥିତ ଗ୍ରାମବାସୀ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଫୋନ କରିଥିଲେ। ଅଗ୍ନିଶମ ବାହିନୀ ପହଁଞ୍ଚି ନାବାଳିକା ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଉକ୍ତ ଡାକ୍ତର ଦୁଇ ନାବାଳିକା କୁ ମୃତ୍ୟୁ ଘୋଷଣା କରିଥିଲେ।ନାବାଳିକା ଦ୍ବୟ ତୁଳସୀ ଡାକୁଆ ପିତା ବଳରାମ ଡାକୁଆ ଓ ସାଲିନି ନାୟକ ପିତା ସନ୍ତୋଷ ନାୟକ ବୋଲି ସୂଚନା ହସ୍ତଗତ ହୋଇଛି।

Leave a Reply

Your email address will not be published. Required fields are marked *