ପୂଜ୍ଯ ଉପହାର

ପୂଜ୍ଯ ଉପହାର।
ଆହେ ଗଙ୍ଗାଧର ଘେନ ପୂଜ୍ୟ ଉପହାର
ଆଜି ର ଜନମ ଦିନେ
ପ୍ରତିଟି ଓଡ଼ିଆ ପ୍ରଣତି ଜଣାନ୍ତି ଜନମ ଦିନରେମନେ।
ତପସ୍ଵିନୀ କାବ୍ୟ ଓଡିଆ ସାହିତ୍ଯେ ଭାଷା କୁ ଆଗେଇ ନିଏ
ପୁରାଣ ର କଥା ରାମାୟଣ ଗାଥା ପ୍ରତ୍ୟେକ ହୃଦୟ ଛୁଏଁ।
ସୀତା ଦେବୀ ଙ୍କ ମହାନ୍ ଚରିତ୍ର ମହିୟସୀ ସେହି ମାଆ
ପୃଥିବୀ ମାତାଙ୍କୁ ପ୍ରଣତି ଜଣାଇ
ରଖିଥିଲେ କେତେ ରାହା।
ଦଶରଥ ଙ୍କ ଆଦର୍ଶ ରେ ରାମ ପିତୃସତ୍ୟ ପାଳନ ରେ
ଲକ୍ଷ୍ମଣ ସଙ୍ଗେ ସୀତା ଦେବୀ ସହ ବନବାସ ଗଲେ ଗର୍ବେ।
ସ୍ବଭାବ କବି ଆହେ ଗଙ୍ଗାଧର ଘେନ ମୋର ନମସ୍କାର
ସ୍ବର୍ଗ ଧାମେ ଥାଇ ଆଜି ର ଦିନରେ ପ୍ରଣତି ଘେନ ମୋହର।
ପ୍ରଣୟ ବଲ୍ଲରୀ କାବ୍ୟ ରଚନା ରେ ସିଦ୍ଧି ଲଭିଅଛି ତୁମେ
ସେହି ସାଧନା ରେ ଅନେକ କୁହୁକ ମନରଖିଅଛୁ ଆମେ।


ଶ୍ରୀ ହରିହର ସାହୁ
(ଅବସର ପ୍ରାପ୍ତ ରାଜ୍ୟ, ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା, ଗଁଦିଆ ସ୍ମୃତି ସଂସଦ ଗଁଦିଆ ଢେଙ୍କାନାଳ
ସମ୍ପାଦକ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ଢେଙ୍କାନାଳ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ , ଓଡ଼ିଶା

Leave a Reply

Your email address will not be published. Required fields are marked *