ଟ୍ରକ ଡ୍ରାଇଭର ଙ୍କ ମୃତ୍ୟୁ ଘଟଣା ର ରୋଚକମୋଢ
ଅପମୃତ୍ୟୁ ନୁହେଁ କରାଯାଇଥିଲା ହତ୍ୟା ପୋଲିସ ଜେରା ରେ ସତ ଓଗାଳିଲେ ଦୁଇ ହତ୍ୟାକାରୀ କେମିତି ହତ୍ୟା କରିଥିଲେ ଟ୍ରକ ଡ୍ରାଇଭର ଙ୍କୁ ତାର ସିନ୍ ରି କ୍ରିଏସନ୍ କଲେ ଦୁଇ ହତ୍ୟାକାରୀ । ମଦ ନିଶା ରେ ହତ୍ୟା କରିଥିଲେ ଟ୍ରକ ଡ୍ରାଇଭର ଙ୍କୁ ।ଦୁଈ ହତ୍ୟାକାରୀ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିନାୟକାଣୀଢିହି ପୋଲିସ । ବହୁ ଚର୍ଚ୍ଚିତ ବାସୁଦେବପୁର ଧାମରା ମୁଖ୍ୟ ରାସ୍ତା ବାଲି ମୁଣ୍ଡା ଛକ ନିକଟ ରେ ଗତ 14 ତାରିଖ ବିଳମ୍ବିତ ରାତ୍ରରେ ଆଇରନ୍ ବୋଝେଇ ଟ୍ରକ ଡ୍ରାଇଭର ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିଛି ନାୟକାଣୀଢିହି ପୋଲିସ। ସୂଚନାଯୋଗ୍ୟ ଗତ 14 ତାରିଖ ଦିନ କେନ୍ଦୁଝର ରୁ ଏକ ଆଇରନ୍ ବୋଝେଇ ଟ୍ରକ ନମ୍ବର OD- 09- G- 5868 ଟ୍ରକ ନେଇ କେନ୍ଦୁଝର ଜିଲ୍ଲାର ଘଷିପୁରା ଥାନା ଅଧିନ କୁମୁଡ ଗ୍ରାମ ର ପ୍ରଫୁଲ୍ଲ ମୁଦି ଟ୍ରକ ଚଳାଇ ଧାମରା ବନ୍ଦର ଅଭିମୁଖେ ଆସିଥିଲେ।ମାତ୍ର 15 ତାରିଖଦିନ ବଡି ଭୋରୁ ତାଙ୍କ ମୃତ ଦେହ ବାଲି ମୁଣ୍ଡା ଛକ ନିକଟ ରେ ନିଜେ ଚଳାଉଥିବା ଟ୍ରକ ପାଖରେ ପଡିଥିବା ର ଦେଖା ଯାଇଥିଲା।ଏହି ଘଟଣା କୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ନମ୍ବର 13/24 ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ସନ୍ଦାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ପୋଲିସ ଏହି ମୃତ୍ୟୁ ଘଟଣାର ପର୍ଦ୍ଧାଫାଶ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ମୃତ୍ୟୁ ଘଟଣାର ମାତ୍ର ପାଞ୍ଚ ଦିନ ମଧ୍ୟରେ ପୋଲିସ ହାତରେ ଲାଗିଥିଲା ଏକ ବଡ ସଫଳତା।ଏହା ଯେ ଏକ ଅପମୃତ୍ୟୁ ନୁହେଁ ବରଙ୍ଗ୍ ଏକ ହତ୍ୟାକାଣ୍ଡ ଥିଲା ତାହା ସୂନିଶିତ କରିଛି ନାୟକାଣୀଢିହି ପୋଲିସ।ଉକ୍ତ ଟ୍ରକ ଡ୍ରାଇଭର ହତ୍ୟା ଘଟଣା ର ଦୃଶ୍ୟ ଥିଲା ଏହିପରି ଗତ 14 ତାରିଖ ରାତିରେ ଆଇରନ୍ ବୋଝେଇ ଟ୍ରକ ଡ୍ରାଇଭର ପ୍ରଫୁଲ୍ଲ ମୁଦି ଟ୍ରକ ନେଇ କେନ୍ଦୁଝର ରୁ ଧାମରା ଅଭିମୁଖେ ଯାଉଥିବା ବେଳେ ଗାଡି ଟି ବାଲିମୁଣ୍ଡା ଛକ ନିକଟ ରେ ଅଚଳ ହୋଇଯାଇଥିଲା। ଡ୍ରାଇଭର ଙ୍କର ସ୍କାଟ୍ ଫୋନ୍ ସେ ସ୍ଥାନୀୟ ଯୁବକ ଜିତୁ ଓ ଜିସୁ ଙ୍କ ଠାରୁ ଫୋନ୍ ନେଇ ଭିଡିଓ କଲ୍ ଜରିଆରେ ଗାଡି ମାଲିକ ଙ୍କୁ ଗାଡି ଖରାପ ହୋଇଥିବାର ଜଣାଇଥିଲେ। ମାତ୍ର ଏହା ପରେ ଘଟଣା ର ଦୃଶ୍ୟପଟ୍ଟ ବଦଳିବାକୁ ଲାଗିଥିଲା। ଫୋନ୍ ଦେଇଥିବା ସ୍ଥାନୀୟ ଯୁବକ ଜିତୁ ଓ ଜିସୁ ଙ୍କୁ ଡ୍ରାଇଭର ପ୍ରଫୁଲ୍ଲ କୃତଜ୍ଞତା ଜଣାଇ ଥିଲେ। ଟ୍ରକ ଟି ସଜାଡିବା ପାଇଁ କିଛି ଘଣ୍ଟା ଆବଶ୍ୟକ ଥିବା ରୁ ଜିତୁ ଓ ଜିସୁ ଡ୍ରାଇଭର ଠାରୁ ଟଙ୍କା ନେଇ ନିକଟ ବଜାର ରୁ ମଦ ଆଣିଥିଲେ।ଓ ଡ଼୍ରାଇଭର ଙ୍କ ସମେତ ଜିତୁ ଓ ଜିସୁ ମଦ ପିଇଥିଲେ। ଆସ୍ତେ ଆସ୍ତେ ମଦନିଶା ତିନି ଜଣ ଚୁର୍ ହୋଇଯାଇ ଥିଲେ।ପରେ ଡ୍ରାଇଭର ଙ୍କୁ ଆଉ ମଦ ଆଣିବା ପାଇଁ ଟଙ୍କା ମାଗିବାରୁ ଡ୍ରାଇଭର ଟଙ୍କା ଦେଇ ନଥିଲେ ଓ ସେମାନେ ବସି ଦୋକାନ ବାରଣ୍ଡାରେ ଡ୍ରାଇଭର ପ୍ରଫୁଲ୍ଲ ବାନ୍ତି କରିଦେଇଥିଲେ।ଏହାକୁ ନେଇ ଉତ୍ କ୍ଷିପ୍ତ ହୋଇପଡ଼ିଥିଲେ ଜିତୁ ଓ ଜିସୁ। ଡ୍ରାଇଭର ପ୍ରଫୁଲ୍ଲ ର ଯୈନାଙ୍ଗ କୁ ଏକ ଶକ୍ତ ଗୋଇଠା ମାରିବାରୁ ସେ ସଂଜ୍ଞାହୀନ ହୋଇ ପଡିଥିଲେ। ଡ୍ରାଇଭର ପ୍ରଫୁଲ୍ଲ ଆଉ ହଲ୍ ଚଲ୍ ନ ହେବା ଦେଖି ନିଶାସକ୍ତ ଦୁଇ ଯୁବକ ତାଙ୍କୁ ଘୋଷାଡି ଘୋଷାଡି ଟ୍ରକ ପାଖରେ ପକାଇ ଦେଇ ନିଜ ଘରକୁ ଚାଲିଯାଇଥିଲେ। ଏପଟେ ସଦର ଏସ,ଡି,ପିଓ ସୈାରଭ ଓତା ଙ୍କ ନିର୍ଦ୍ଦେଶ କ୍ରମେ ନାୟକାଣୀଢିହି ଥାନା ଆଇ,ଆଇ,ସି ସଲ୍ ଖାନ୍ ମୁର୍ମୁ,ଏସ,ଆଇ ମହେଶ୍ୱର ପ୍ରଧାନ ଓ ଏ,ଏସ,ଆଇ ସୂନିତା ହେମ୍ରମ୍ ତଦନ୍ତ ପ୍ରକ୍ରିୟା କୁ ଜୋର୍ ଦାର୍ କରିଥିଲେ।

ସ୍ଥାନୀୟ ବାଲି ମୁଣ୍ଡା ଛକ ଲାଗିଥିବା କିଛି ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ହତ୍ୟାକାରୀ ମାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା।ମୃତ ପ୍ରଫୁଲ୍ଲ ମୁଦି ଙ୍କ ସ୍ତ୍ରୀ ବେଙ୍ଗ ମୁଦି ଙ୍କ ଅଭିଯୋଗ କ୍ରମେ 2001/24 ମୂଳେ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଇ ବାଲିମୁଣ୍ଡା ଗ୍ରାମ ର ବିଶ୍ବଜିତ ସାମନ୍ତ ଓରଫ୍ ଜିତୁ ଏବଂ ପରିତୋଷ୍ ସାମନ୍ତ ଓରଫ୍ ଜିସୁ ଙ୍କୁ ଚତୁରତା ର ସହିଦ ଗିରଫ କରିଛି ନାୟକାଣୀଢିହି ପୋଲିସ। ଉଭୟ ଙ୍କ ବୟସ ମାତ୍ର 21 ବର୍ଷ ବୋଲି ଜଣା ପଡିଛି।ଦୁଇ ଯୁବକଙ୍କୁ ଗିରଫ ପରେ ସତ ମାନିଯାଇଥିଲେ। ହତ୍ୟାକାରୀ ଜିତୁ ଓ ଜିସୁ। କିପରି ସେଦିନ ର ଘଟଣା ଥିଲା ତାର ସ୍କ୍ରିନ ରି କ୍ରିଏସନ୍ ପୋଲିସ ଉପସ୍ଥିତିରେ କରିଥିଲେ ଏହି ଦୁଇ ଯୁବକ। ନିଶାସକ୍ତ ହୋଇ ସେମାନେ ଏପରି କାମ ଘଟାଇଥିବା ଖବରଦାତା ସମ୍ମୀଳନୀରେ ଏସ,ଡି,ପିଓ ସୈାରଭ ଓତା ସୂଚନା ଦେଇଛନ୍ତି।ମାତ୍ର ପାଞ୍ଚ ଦିନ ମଧ୍ୟରେ ହତ୍ୟା କାଣ୍ଡ ର ମୁଖ୍ୟ ଆସାମୀ ଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବା ରୁ ପୋଲିସ ର କାର୍ଯ୍ୟକଳାପ ସାଧାରଣ ରେ ପ୍ରସସା କରିଛନ୍ତି।
