ଆରତି ଛକ ରୁ ପ୍ରାଚୀନ ନଗର ରାସ୍ତା ଯିବାଆସିବା କଷ୍ଟକର ହୋଇ ଥିବାରୁ ଜିଲ୍ଳାପାଳ ଙ୍କୁ ଦାବୀପତ୍ର
ଦୀର୍ଘ ଦିନ ହେବ ଲୋକଙ୍କ ମୈଳିକ ସମସ୍ୟା ରହିଆସିଛି। ପ୍ରାଚୀ ନଗର ରୁ ବାବା ଆଖଣ୍ଡଳମଣୀ ରାସ୍ତା ମରାମତି ଦାବି ହୋଇ ଆସୁଥିଲେ ମଧ୍ୟ କୈାଣସି ପଦକ୍ଷେପ ନେବାକୁ ପ୍ରୟାସ କରୁନାହାନ୍ତି ବୋଲି ଜନ ସାଧାରଣରେ ପ୍ରକାଶ କରିଛନ୍ତି,। ରାସ୍ତା ରେ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଲୋକ ମାନେ ଯିବାଆସିବା କରୁଥିବା ବେଳେ ବଡ ବଡ଼ ଖାଲ ସହିତ ପାଣି ଆଠିଏ । ବିଗତ ସରକାର ସମୟ ରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇ ପାରି ନଥିଲା। ନୂତନ ସରକାର ଙ୍କୁ ଅବଗତ କରିଥିଲେ। ଆଖଣ୍ଡଳମଣୀ ଛକ ରୁ ପ୍ରାଚୀ ନଗର ରାସ୍ତା ରେ ପ୍ରତି ଦିନ ଯାତ୍ରୀମାନେ ପଡ଼ି ଖଣ୍ଡିଆ ଖାବରା ହୋଇ ଯାଉଛନ୍ତି। ଡେଏନେଜ ନ ଥିବା ବେଳେ , ସମସ୍ୟା ର ସମାଧାନ ପାଇଁ ନୂତନ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।
