ପୂର୍ତ୍ତ ବିଭାଗ ବୋଲେରୋ ଗାଡ଼ି ଧକ୍କା ରେ ଜଣେ ଚାଷୀ ମୃତ୍ୟୁ
ପୂର୍ତ୍ତ ବିଭାଗ ବୋଲେରୋ ଗାଡ଼ି ଧକ୍କା ରେ ଜଣେ ଚାଷୀ ମୃତ୍ୟୁ, ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ | :-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ପିତିରି ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି |ମୃତ ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ବସନ୍ତ ସାହୁ |ସେ ନିଜ ଚାଷବିଲକୁ ଯାଉଥିବା ବେଳେ, ପଛପଟୁ ଅନୁଗୁଳ ପୂର୍ତ୍ତ ବିଭାଗ ବୋର୍ଡ ଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି | ଏ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି |ସେପଟେ ଘଟଣା ସ୍ଥଳରେ ବୋଲେରୋ ଓ ଡ୍ରାଇଭର କୁ ପୋଲିସ ଅଟକ ରଖିଥିବା ବେଳେ , ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ପରଜଙ୍ଗ ପୋଲିସ |ଯାହାଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ରେ ଶହ ଶହ ଗାଡ଼ି ଅଟକ ଥିବା ବେଳେ, ଯାତାୟତ ଏକପ୍ରକାର ଠପ ହୋଇଯାଇଛି |
