ବିରମଣୀପୁର ରେ ସବୁଜ ସୁନ୍ଦର କୋରେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ବିଧାୟକ
ବ୍ୟାସନଗର ବିଜେପି ପକ୍ଷରୁ ବିରମଣୀପୁର ଶିବ ମନ୍ଦିର ପ୍ରାଙ୍ଗଣରେ ସବୁଜ ସୁନ୍ଦର କୋରେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ବିଧାୟକ ଆକାଶ ଦାସନାୟକ l ବରିଷ୍ଠ ବିଜେପି ନେତା ପ୍ରସନ୍ନ ସାମଲଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସନାୟକ ଅତିଥିଭାବେ ଯୋଗଦେଇ ସାଧାରଣ ଲୋକଙ୍କୁ ଗଛବାଣ୍ଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନେକ ଦଳୀୟ କାର୍ଯ୍ୟକର୍ତା ଓ ସ୍ୱଛାସେବୀ ସଂଗଠନ ର ସଦସ୍ୟ ମାନେ ଯୋଗଦେଇ ଏକ ଶୋଭାଯାତ୍ରା ବାହାରି ଗଛ ଲଗେଇବାର ଆବଶ୍ୟକତା ଉପରେ ସଚେତନତା କରିଛନ୍ତି l
