ଡିଷ୍ଟ୍ରିକ୍ଟରୋଟାରୀ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୪।୮ : ଶନିବାରସ୍ଥାନୀୟ ରୋଟାରୀ ଭବନ ଠାରେ ଡିଷ୍ଟ୍ରିକ୍ଟରୋଟାରୀ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତହୋଇଯାଇଛି। ଏହି ଅବସରରେ ସାପ୍ତାହିକ ଖବରକାଗଜ ପରକଲମର ସମ୍ପାଦକ ବିଜୟ ନନ୍ଦ, ପାଇକପୁଅ ସମ୍ପାଦକ ପ୍ରଭାକର ବିଶ୍ୱାଳଙ୍କ ସମେତ ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ରୋଟାରୀ ପକ୍ଷରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସଭାପତି ଜ୍ଞାନରଞ୍ଜନ ରଥ, ସମ୍ପାଦକ ସରୋଜ କୁମାର ମହାପାତ୍ର, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ପୁରସ୍କାରକମିଟି ଅଧ୍ୟକ୍ଷ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ଏକ ସୁସ୍ଥ ସମାଜ ଗଠନ ତଥା ଗଣତନ୍ତ୍ରର ସୁରକ୍ଷା ଦିଗରେ ଗଣମାଧ୍ୟମରଭୂମିକା ବେଶ୍ ଗୁରୁତ୍ବପୂର୍ଣ | ଅତ୍ୟନ୍ତ ପ୍ରତିକୂଳପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧୂମାନେଖବର ସଂଗ୍ରହ କରିବାରେ ଅବହେଳାକରନ୍ତି ନାହିଁ । ନିଃ ସ୍ବାର୍ଥପର ଭାବେ ନିଜଦାୟିତ୍ୱ ନିର୍ବାହ କରୁଛନ୍ତି। ତେଣୁ ସେମାନଙ୍କୁସମ୍ମାନିତ କରି ରୋଟାରୀ ଏ ଦିଗରେନିଜର ଯୋଗଦାନ ଦେଇ ଗର୍ବିତ ବୋଲିମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେବହୁ ରୋଟାରିଆନ୍ ଯୋଗ ଦେଇଥିଲେ।
