କେବେ ଦୂର ହେବ କୋରାପୁଟ ବାସୀଙ୍କ ଜନନୀ ଯନ୍ତ୍ରଣା ଦୁଃଖ.

ଦଶମନ୍ତପୁର:ସ୍ୱାଧୀନତା ର 78 ବର୍ଷ ପରେ ବି ସ୍ୱାଧୀନତା ର ସ୍ୱାଦ ଖୋଜୁଛି କୋରାପୁଟ ଜ଼ିଲ୍ଲାର ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳ ର ଗ୍ରାମବାସୀ l ଉପାନ୍ତ ଅଞ୍ଚଳ କୁ ସହର ସହିତ ସଂଯୋଗ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ଯୋଗୁ ଆଜି ବି ଅନେକ ଗ୍ରାମକୁ ରାସ୍ତା ସଂଯୋଗ ହୋଈ ପାରିନାହିଁ l ଗୁରୁତ୍ୱର ରୋଗୀ ଙ୍କୁ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଖଟିଆ ରେ ବୋହି ନେବା ପାଇଁ ପଡୁଛି l ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖବା ପାଇଁ ମିଳିଛି କୋରାପୁଟ ଜ଼ିଲ୍ଲା ଦଶମନ୍ତର ବ୍ଲକ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ ହଳଦୀ ସିଲ୍ ଗାଁ ରେ l ଲାଜାର ଖରା ଙ୍କ ସ୍ତ୍ରୀ, ପୁଷ୍ପାଞ୍ଜଳି ଖରା (35) ତୃତୀୟ ପ୍ରସବ ଯନ୍ତ୍ରଣା ହୋଇଥିଲା l ସଙ୍ଗେ ସଙ୍ଗେ ଗାଁ ର ଆଶା କର୍ମୀ ଡକାଇଥିଲେ l ପ୍ରସବ ଯନ୍ତ୍ରଣା ଜୋର ହେବାରୁ ଆମ୍ବୁଲାନ୍ସ କୁ ଖବର ଦିଆ ଯାଇଥିଲା l ଗାଁ କୁ ରାସ୍ତା ନ ଥିବା ପ୍ରସବ ଯନ୍ତ୍ରଣା ପାଉଥିବା ପୁଷ୍ପାଞ୍ଜଳି କୁ ଭାର ରେ ବୋହି 3 କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଦଶମନ୍ତପୁର ମେଡିକାଲ କୁ ନିଆ ଯାଇଥିଲା l କୋରାପୁଟ ଜ଼ିଲ୍ଲାର 14 ଗୋଟି ବ୍ଲକ ରେ ଭାର ରେ ବୁହା ହେବା ନୀତି ଦିନିଆ ଘଟଣା ହୋଇଗଲାଣି l ସରକାର ପରିବର୍ତନ ହୋଇଛନ୍ତି l ଏଥର କୋରାପୁଟ ଜ଼ିଲ୍ଲାର ଭାଗ୍ୟ ପରିବର୍ତ୍ତନ ହେବା ନେଇ ଜ଼ିଲ୍ଲା ବାସୀ ଆଶା ବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *