ବାଲିଗୁଡ଼ା ରେ ଧୁମ୍ ଧାମରେ ନନ୍ଦ ଉତ୍ସବ ପାଳିତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଧୁମ୍ ଧାମରେ ପାଳିତ ହୋଇଛି ନନ୍ଦ ଉତ୍ସବ l ବାଲିଗୁଡା ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶିକ୍ଷା ନିକେତନ ର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ ଦୁଇ ଶହ ରୁ ଉର୍ଦ୍ଧ ଶିଶୁ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଦେଶ ପୋଷାକ ପରିଧାନ କରି ନଗର ପରିକ୍ରମା କରି ନନ୍ଦ ଉତ୍ସବ ପାଳନ କରିଛନ୍ତି l ହରିନାମ ସଙ୍କୀର୍ତ୍ତନ ଧ୍ଵନୀ ରେ ମୁଖରିତ ହେଉଛି ବାଲିଗୁଡ଼ା ସହର l ଦୁଇଶହ ରୁ ଉର୍ଦ୍ଧ ଅଭିଭାବକ ନନ୍ଦ ଉତ୍ସବ ରେ ସାମିଲ ହୋଇ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ନନ୍ଦ ଉତ୍ସବ l ବାଲିଗୁଡା ବରାଳଦେବୀ ମନ୍ଦିର ରୁ ବିରାଟ ଶୋଭଯାତ୍ରାରେ ରେ ସହର ପରିକ୍ରମା ପରେ ସମସ୍ତ ବେଶଧାରୀ ରାଧା କୃଷ୍ଣ ରାଧା ବଳରାମ ଲଉଡ଼ି ଖେଳ ଖେଳିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଅଭିଭାବକ ସହଯୋହ କରୁଥିଲେ l

Leave a Reply

Your email address will not be published. Required fields are marked *