ବିଶ୍ବମ୍ଭର ବିଦ୍ୟାପୀଠରେ ସଂସ୍କୃତଦିବସ

ବିଶ୍ବମ୍ଭର ବିଦ୍ୟାପୀଠ ପରିସରରେ ସଂସ୍କୃତଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପଣ୍ଡିତ ସତ୍ୟନାରାୟଣ ଦାଶ, ପଣ୍ଡିତ ବିଷ୍ଣୁପ୍ରସାଦ ଶତପଥୀ, ପଣ୍ଡିତ ନୃସିଂହଚରଣ ପଣ୍ଡା ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରଫେସର ଭାସ୍କର ରେଡ୍ଡୀ ଅତିଥି ଭାବରେ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ଛାତ୍ରାଧ୍ୟାପକମାନେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ, କୁଇଜ୍, ଗୀତ ଏବଂ ଗୀତା ଆବୃତ୍ତି ପ୍ରତିଯୋଗିତା କରାଇଥିଲେ।କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଧନ୍ଯଵାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *