ଅଜଣା ଗାଡ଼ି ଧକ୍କା ରେ ୧୫ଗାଈ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥ ବାରିହାପୁର ଛକ ନିକଟରେ, ଅଜଣା ଗାଡି ଧକ୍କା ରେ ୧୨ ଗାଈ ମୃତ୍ୟୁ ୪ ଗାଈ ଗୁରୁତର ଆହାତ। ଗତ ବିଳମ୍ବିତ ରାତିରେ ରାସ୍ତା ଉପରେ ଶୋଇଥିବା ବେଳେ ଚଢିଗଲା ଗାଡି। ୧୨ଟି ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ,୪ଟି ଗାଈ ଗୁରୁତର ଆହତ ହୋଇ ରାସ୍ତା ରେ ଛଟପଟ ହେଉଛନ୍ତି |ତେବେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ,ଗାଈ ମାଲିକ ମାନେ ଗାଈ ଗୁଡିକ ରାତିରେ ବାନ୍ଧୁ ନାହାନ୍ତି । ଯାହାଫଳରେ ଗାଈ ଗୁଡିକ ଜାତୀୟ ରାଜପଥ ଉପରେ ରାତି ତମାମ ରହୁଛନ୍ତି |ତେଣୁ ଏହିଭଳି ଦୁର୍ଘଟଣା ର ଶିକାର ହେଉଛନ୍ତି ନିରୀହ ପଶୁ |ତେବେ ପୂର୍ବରୁ ଏହି ଛକ ରେ ଏହିଭଳି ଦୁର୍ଘଟଣା ଘଟିଥିଲା। ସେଥିରେ ମଧ୍ୟ ଗାଈ ମରିଥିଲେ। ଏହି ଛକରେ ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହିଛକରେ ଗାଈ ନଛାଡିବାପାଇଁ ବୋର୍ଡ ଲଗାଇଦେଇ କାମ ସାରିଦେଇଛି। ତେଣୁ ଗାଈ ମାଲିକମାନେ ଗାଈ ଗୁଡିକ ଖୋଲା ଛାଡିଦେଉଛନ୍ତି। ତେଣୁ ତୁରନ୍ତ ପ୍ରଶାସନ ତରଫରୁ ଗାଈ ମାଲିକଙ୍କୁ ସଚେତନ କରାଇବା କିମ୍ବା ଦଣ୍ଡବିଧି କରିବାପାଇଁ ପଦକ୍ଷେପ ନେଲେ ଏଭଳି ଘଟଣା ଆଉ ଘଟିବନାହିଁ।
