ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଓ ଫୈଜଦାରୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ସୁପ୍ରିମକୋର୍ଟ ରେ ନ୍ୟାୟ କୁ ବିଚାର କୃତ୍ରିମ ଜ୍ଞାନ କୌଶଳ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ,ସିଭିଲ ଓ ଫୈଜଦାରୀ ଆଇନ, ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଆଇନ ସେବା ପ୍ରାଧୂକରଣ ସଂସ୍ଥା ପକ୍ଷରୁ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧୂକରଣ ର ସମ୍ପାଦକ ନେହା ଅଗର ୱାଲ୍ଲା,ଜିଲ୍ଲା ଉପ ଆରକ୍ଷୀ ଅଧୀକ୍ଷକ ସତ୍ୟ କୁମାର ନନ୍ଦ,ଆଇନଜୀବୀ ନିରାକାର ଜେନା,ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦୁର୍ଗା ଶଙ୍କର ଦାସ,ଅଧ୍ୟାପକ ଶୁଭେନ୍ଦୁ ବରାଳ,ଆଇନଜୀବୀ ବନମାଳୀ ଜେନା,ଆଇନଜୀବୀ ସ୍ନିଗ୍ଧା ବେହେରା,ତାପସ ମହାନ୍ତି,ପିତାମ୍ବର ପଣ୍ଡା,ପ୍ରମୁଖ ଯୋଗ ଦେଇ ଗରିବ ଅସହାୟ ଅବହେଳିତ ଲୋକଙ୍କୁ ଏବଂ ସବୁ ବର୍ଗର ଜନସାଧାରଣ ଙ୍କୁ ସମାନ ଭାବେ ନ୍ୟାୟ ମିଳିବା,ସହ ସମାନତା,ଅଧୂକାର,ସ୍ବାଧୀନତା,ଭାତୃ ଭାବ,ଉଦାର ନୀତି,ରେ ଆଇନ ବ୍ୟବସ୍ଥା ରେ ସମସ୍ତ ଙ୍କୁ ତୋରିତ ନ୍ୟାୟ ମିଳିବା,ଆଦି ଉପରେ ମତ ରଖି ବା ସହ ସୁପ୍ରିମ କୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟ ର ବିଭିନ୍ନ ଆଇନ ବିଷୟରେ ଆଲୋଚନା କରି ଥିଲେ ।

ଏଥିରେ ଭଦ୍ରକ ର କୃତି ଅର୍ଜନ କରିଥ‌ିବା ଏନ୍ ସି ସି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *