ନୀଳାଚଳ ସଂସ୍କୃତ ମହାବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ
ନୀଳାଚଳ ସଂସ୍କୃତ ମହାବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳିତ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ରାଜ୍ୟ ସରକାର ଙ୍କ ଉଚ୍ଚଶିକ୍ଷl ବିଭାଗ ଦ୍ୱାରା ସ୍ଥିରୀକୃତ ଜାତୀୟ କ୍ରୀଡା , (ହକି )ଦିବସ ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିନ ରେ ଜାତୀୟ ସେବା ସୌଜନ୍ୟ ରେ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ରେ ପାଳିତ ହୋଇ ଯାଇଅଛି l ଏହି ଅବସରରେ ଅଧ୍ୟକ୍ଷ୍l ଡ଼. ମୀରା ରାଣୀ ଖଣ୍ଡୁଆଳଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କ୍ରୀଡା ଅଧିକାରୀ ନୋଡାଲ ଅଫିସର ଅଧ୍ୟାପକ ଡ଼ ବଳରାମ ଦାଶ, ଓ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ବ୍ୟାକରଣ ବିଭାଗର ବରିଷ୍ଠ ଅଧ୍ୟାପକ କ୍ରୀଡା ପ୍ରଶିକ୍ଷକ ଡ଼. ପରମେଶ୍ୱର ଶତପଥି,ଅଧ୍ୟାପକ କେଦାର ନାଥ ପାଢ଼ୀ ଡ଼. ଶ୍ରୀନିବାସ ସାହୁ,ଅଧ୍ୟାପିକା ମମତା ସିଂ ପ୍ରମୁଖ ଯୋଗଦେଇ ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିନ ରେ ସ୍ମୃତି ଚlରଣ କରିଥିଲେ l ହକି ଭାରତର ଜାତୀୟ କ୍ରୀଡା l ଧ୍ୟାନ ଚାନ୍ଦ ଆମର ଗର୍ବ ଓ ଗୌରବ l ଆମ ଭାରତର ଅସ୍ମିତା ହକି ଖେଳ l

ପାଠ ସହିତ ଖେଳ କୌତୁକ ରେ ମନୋ ନିବେଶ ସହ ଯୋଗ ବ୍ୟାୟାମ ଦ୍ୱାରା ଶଶୀର ସୁସ୍ଥ ରହିଥାଏବୋଲି ବକ୍ତା ମାନେ କହିଥିଲେ lଏହି କାର୍ଯ୍ୟକ୍ରମ ରାଜ୍ୟରେ 31 ଅଗଷ୍ଟପର୍ଯ୍ୟନ୍ତ ଚାଲିବ, ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସର ସଫେଇ କରିଥିଲେ l ଭଲି ବଲ, କ୍ୟାରମ , ଚେସ,କବାଡି,, ଦୌଡ ଇତ୍ୟାଦି ଖେଳ ଆଗକୁ ଚାଲୁ ରହିଛି l ଜାତୀୟ ସେବା ଯୋଜନାର ସ୍ବେଛାସେବୀ ମାନେ ଏହାକୁ ପରିଚାଳନା କରିଥିଲେ l
