ଜଗତସିଂହପୁର ଜିଲ୍ଲାରେ ବିଜେପିର ସଦସ୍ୟତା ଅଭିଯାନ
ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପିର ସଂଗଠନ ସଦସ୍ୟତା ଅଭିଯାନ ୨୦୨୪ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାଂସଦ ବିଭୁ ପ୍ରସାଦ ତରାଇ ସଦସ୍ୟତା ଗ୍ରହଣ ଉପରେ ଆଲୋକପାତ କରିବା ସହିତ ରାଜ୍ୟରେ ଏକ କୋଟିରୁ ଉର୍ଦ୍ଧ ସଦସ୍ୟ ବିଜେପି ସହିତ ଯୋଡି ହେବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଉଦ୍ୟମ ଜାରି ରହିଛି । ଜାତୀୟ ସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ କିପରି ସଙ୍ଗଠନ ମଜବୁତ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଜଗତସିଂହପୁର ସାଂସଦ କହିଛନ୍ତି ।
