ପଟ୍ଟା ପାଇବା ଖୁସି ରେ ବିଜୟ ଉତ୍ସବ

ବିଜୟନଗର ବସ୍ତି ବାସିନ୍ଦା ସଙ୍ଘ ତରଫରୁ ଜମି ପଟ୍ଟା ପାଇବା ଖୁସି ରେ ସମ୍ବର୍ଦ୍ଧନା ଏବଂ ବିଜୟ ଉତ୍ସବ ପାଳିତ ହୋଇଯାଇଛି l ଦୀର୍ଘ ୬ ବର୍ଷ ଆନ୍ଦୋଳନ ପରେ ବିଜୟନଗର ବସ୍ତି ବାସିନ୍ଦାଙ୍କୁ ୨୬୮ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି | ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୁବନେତା ଆଲୋକ କୁମାର ଦାଶ, ରାଜସ୍ବ ନିରୀକ୍ଷକ ପ୍ରଶାନ୍ତ କୁମାର ସେଠି, ବଳିଆପଣ୍ଡା ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ବେହେରା, ରାଜସ୍ବ ନିରୀକ୍ଷକ ସୋମ୍ୟରଞ୍ଜନ ନାୟକ, ଅମିନ ଫାଲଗୁନି ପ୍ରଧାନ, ଓଡିଶା ସାମ୍ବାଦିକ ସଙ୍ଘ ର ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ସାମ୍ବାଦିକା ରାଜଶ୍ରୀ ସାହୁ, ସାମ୍ବାଦିକା ଲିନୁ ନାୟକ, ସାମ୍ବାଦିକ ଶୈଳେନ୍ଦ୍ର ଆଚାର୍ଯ୍ୟ, ସାମ୍ବାଦିକ ଆଲୋକ ଆଶୁତୋଷ, ବଳିଆପଣ୍ଡା ଇଲେକ୍ଟ୍ରି ଡିଭିଜନ ମ୍ୟାନେଜର ରଶ୍ମି ରଞ୍ଜନ ସାହୁ ଯୋଗ ଦେଇଥିଲେ |ବହୁଦିନ ର ସଂଘର୍ଷ, ଘେରାଉ, ଅନଶନ ପରେ ଏହି କାର୍ଯ୍ୟ ହାସଲ ହୋଇଛି| ବସ୍ତି ସମ୍ପାଦକ ମନୋଜ କୁମାର ମଣ୍ଡଳ ସଭା ପରିଚାଳନା କରିଥିଲେ |

ବସ୍ତି କମିଟି ମେମ୍ବର ମାନଙ୍କୁ ସମ୍ମାନିତ କରାଯାଇ ଥିଲା l ବସ୍ତି ସଭାପତି ବାସନ୍ତୀ ମୁଦି ଧନ୍ୟବାଦ ଅର୍ପଣ କରିଥିଲେ l ବସ୍ତିର କୁନି କୁନି କଳା କାରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *