ନିରଞ୍ଜନ ସ୍ମାରକୀ କ୍ରିକେଟ ଟୁର୍ଣାମେଟ ଉଦଯାପିତ ।
ହିଞ୍ଜିଳିକାଟୁ ୧୪/୦୬/୨୬ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନୃସିଂହମନ୍ଦିର ନିକଟ ଥିବା ଖେଳପଡ଼ିଆରେ ଗୁରୁବାର ନିରଞ୍ଜନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶୁଭାରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି । ସାରୁ ପଞ୍ଚାୟତର ବହୁ ଯୁବଗୋଷ୍ଠୀଙ୍କୁ ନେଇ ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ତଥା ସାମ୍ବାଦିକ ଅରୁଣ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଶୁଭ ଉଦଘାଟନ ବେଳେ ଆଜି ବହୁ ଆଡମ୍ବରରେ ଉଦଯାପିତ ହୋଇଯାଇଛି । ପ୍ରକାଶଥାଉକି ମଙ୍ଗଳବାର ରାତିରେ ବାଇକ୍ ଧକ୍କାରେ ମୃତ ନିରଞ୍ଜନଙ୍କ ଉଦ୍ଦେଶ୍ୟରେ ନିରଞ୍ଜନ ପାଢି ସ୍ମୃତି କମିଟି ପକ୍ଷରୁ କ୍ରିକେଟ ଟୁର୍ଣାମେଟ ଆରମ୍ଭ ହୋଇଥିଲା ମଦପ୍ଯ ଯୁବକଙ୍କ ବାଇକ ଦୁର୍ଘଟଣାରେ ମେଧାବୀ ଛାତ୍ର ନିରଞ୍ଜନ ପାଢ଼ୀଙ୍କ ମୃତ୍ୟୁ ହୋଇଥିଲା ।ସେ କୌଣସି ଏକ ସରକାରୀ ଚାକିରୀ କ୍ଷେତ୍ରରେ ଶାରୀରିକ ସୁସ୍ଥତା ନେଇ ଦୌଡି ଦୌଡି ଘରକୁ ଫେରିବା ବେଳକୁ ଜଣେ ମଦ୍ୟପାନ କରି ବାଇକ ଚାଳକଙ୍କ ବାଇକ ଧକ୍କାରେ ଆହତ ହୋଇ ମୃତ୍ୟୁ ବରଣ କରିଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଇନଜୀବୀ ଦ୍ବିତିକୃଷ୍ଣ ସାବତ ମୁଖ୍ୟ ଅତିଥି ,ଆରତୀ ପାଢ଼ୀ ,ସଶ୍ମିତା ପାଢ଼ୀ ,ନାଏବ ସରପଞ୍ଚ ପ୍ରଫୁଲ୍ଲ ଦାସ ଏବଂ ସାମ୍ବାଦିକ ତଥା ଯୁବ ସମାଜସେବୀ ଅରୁଣ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଜିର ମୁଖ୍ୟ ଅତିଥି ଆଇନଜୀବୀ ସାବତ ରାନର କପ ସମରଝୋଳକୁ ପ୍ରଦାନ ବେଳେ ବିଜେତା କପ ବରପଲ୍ଲୀ ଖେଳାଳୀ ଦଳକୁ ସମ୍ମାନିତ ଅତିଥି ଆରତୀ ପାଢ଼ୀ ପ୍ରଦାନ କରିଥିଲେ ।ଦୀର୍ଘ୫ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଆଦିତ୍ଯ ମହାଙ୍କୁଡ଼, ବିଶ୍ବଜିତ ବେହେରା,ଆଶିଷ ଗୌଡ, ଦୁର୍ଗାମାଧବ ଗୌଡ, ଆୟୁଷ ମହାଙ୍କୁଡ଼, ଅନୁପ କୁମାର ଗୌଡ, ରଘୁ ଗୌଡ, ନରସିଂହ ସେଠୀ, ଶେଖର ସେଠୀ, ରମାକାନ୍ତ ବେହେରା, ରଞ୍ଜନ ମହାଙ୍କୁଡ଼, ଟୁକୁନା ବେହେରା, କୃଷ୍ଣ ଗୌଡ, ସାଗର ଗୌଡ, ପ୍ରଶାନ୍ତ ବେହେରା, ଲମ୍ବୋଦର ଗୌଡ, ଅର୍ଜୁନ ଗୌଡ, ବସନ୍ତ ବେହେରା ଓ ରାମକୃଷ୍ଣ ଗୌଡ ପ୍ରମୁଖ ଖେଳାଳି ଉପସ୍ଥିତ ଥିଲେ । ପ୍ରାୟ ଆଖପାଖ ଅଞ୍ଚଳର ୮ଖଣ୍ଡ ଗ୍ରାମର ଖେଳାଳି ଏହି ଟୁର୍ଣାମେଟ ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ ଆଜି ଏହି ନିରଞ୍ଜନ କ୍ରିକେଟ ଟୁର୍ଣାମେଟ କପ ପ୍ରତିଯୋଗିତା ଉଦଯାପିତ ହୋଇଛି । ସାରୁ ଗ୍ରାମର ଜଣେ ନିରୀହ ପରିବାରର ରୋଜଗାରୀଆ ପୁଅର ଅକାଳରେ ମୃତ୍ୟୁର କାରଣ ଜଣେ ମଦ୍ୟପାନ ବାଇକ ଚାଳକଙ୍କ ବାଇକ ଧକ୍କାରେ ହୋଇଥିଲା , ମୃତ୍ୟୁ ନିରଞ୍ଜନ ପାଢୀ ଙ୍କ ଆତ୍ମାର ସଦଗତି ନେଇ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା ଜଣାଇବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
