ସ୍ଵର୍ଣ୍ଣଲତା ନର୍ସିଂ କଲେଜ ପକ୍ଷରୁ ନର୍ସିଂ ଦିବସ ଓ ବାର୍ଷିକ ଉତ୍ସବ ପାଳିତ
– କୋଣାର୍କ, ୧୨.୦୫ -ପୁରୀ ଜିଲ୍ଲା କୋଣାର୍କ ମାଧିପୂର ନିକଟରେ ଥିବା ସ୍ଵର୍ଣ୍ଣଲତା ସ୍କୁଲ୍ ଆଣ୍ଡ କଲେଜ ଅଫ ନର୍ସିଂ ପକ୍ଷରୁ ରବିବାର ସଂଧ୍ୟାରେ ବିଶ୍ୱ ନର୍ସିଂ ଦିବସ ଓ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, ପୂର୍ବତନ ଶିକ୍ଷା ଅଧିକାରୀ ସୁକାନ୍ତ କୁମାର, ସଂଗଠକ ଗଣେଶ ଚନ୍ଦ୍ର ସ୍ବାଇଁ, ଅଧ୍ୟାପକ ମାନସ ରଞ୍ଜନ ମହାନ୍ତି, ସମାଜସେବୀ ତଥା ଶିକ୍ଷକ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ନର୍ସିଂ ଦିବସ ମହ୍ଵତ ଓ ଫ୍ଲୋରେନ୍ସ ନାଇଟ ଆଙ୍ଗଲଙ୍କ ସେବା ମନବୃତ୍ତି ଉପରେ ଆଲୋକପାତ କରିଥିଲେ। ତାଙ୍କୁ ଆଦର୍ଶ ମନି ସେବା ମନବୃତି ରଖି ପାଠ ପଢିବା ସହିତ କାର୍ଯ୍ୟ କରିବା ପାଇଁ ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଶିକ୍ଷା ଓ ଓ ସ୍ବାସ୍ଥ୍ୟ ହିଁ ସମାଜକୁ ପରିବର୍ତ୍ତନ ଆଣି ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆସନ୍ତା ଶିକ୍ଷା ବର୍ଷରୁ ନୂତନ ଭାବେ ଉପେନ୍ଦ୍ର ମହାନ୍ତି ଆବାସିକ ବିଜ୍ଞାନ କଲେଜ୍ ଖୋଲିବା ନେଇ ଘୋଷଣା ହୋଇଥିଲା। ଉତ୍ସବରେ କଲେଜର ସମ୍ପାଦକ ଅଚିନ୍ତ ରାଧାକୃଷ୍ଣ ମହାନ୍ତି ସଭାପତିତ୍ବ କରିବା ସହ ଯୋଗ ଦେଇଥିବା ଅତିଥି ଓ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଗୀତ, ନୃତ୍ୟ, ରଙ୍ଗୋଲି, ଝୋଟି o ଓ ମେହେନ୍ଦି ପ୍ରତିଯୋଗିତାର କୃତି ଛାତ୍ରୀ ମାନଙ୍କୁ ମାନପତ୍ର ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଶେଷ ପର୍ଯ୍ୟାୟରେ କଲେଜର ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ, ସମ୍ବଲପୁରୀ, ଦେଶାତ୍ମବୋଧକ, ଲୋକନୃତ୍ୟ ପରିବେଷଣ ସହ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା। ଯାହା ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କୁ ମନୋରଞ୍ଜନ କରିଥିଲା।
