ସ୍ପିଡ୍ ସ୍କେଟିଂ ରେ କମାଲ କଲେ ଓଡ଼ିଆ ଝିଅ ଅଭିସ୍ପା

Date-04/06/26*ଅନ୍ତର୍ଜାତୀୟ ସ୍ପିଡ୍ ସ୍କେଟିଂରେ ଜଗତସିଂହପୁର ଜିଲ୍ଲାର ଝିଅ ଅଭିପ୍ସାଙ୍କ ସଫଳତା*କମାଲ କଲେ ଓଡ଼ିଆ ଝିଅ*ଇଣ୍ଡୋନେସିଆ ରେ 400 ମିଟର ସ୍ପିଡ଼ ସ୍କେଟିଂ ପ୍ରତିଯୋଗିତାରେ ଜିତିଲେ ବ୍ରୋଞ୍ଚ ପଦକ*ଜଗତସିଂହପୁର ଝିଅ କୋରାପୁଟ ରହି ଦଶମ ଶ୍ରେଣୀରେ ପାଠ ପଢିବା ସହିତ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ*ଛୁଟୁଛି ଶୁଭେଚ୍ଛା ର୍ ସୁଅଆଙ୍କର- ଜଗତସିଂହପୁର ଜିଲ୍ଲା ତରଡ଼ାପଡା ପଂଚାୟତର ପୁରୋହିତପୁର ର୍ ଅରୁଣ କୁମାର ବାରିକ ଙ୍କ ଝିଅ ଅଭିପ୍ସା ପ୍ରିୟଦର୍ଶିନୀ । 14 ବର୍ଷୀୟ ଅଭିପ୍ସା ପ୍ରିୟଦର୍ଶିନୀ ଓଡିଶାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ପିଡ୍ ସ୍କେଟିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଚେନାଇଠାରେ ସ୍ପିଡ଼ ସ୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ସ୍କେଟିଂ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣପଦକ ଓ ରିଲେରେ ରୋପ୍ୟପଦକ ହାସଲ କରି ଭାରତ ତରଫରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଥିଲେ। ଭିଓ 1- ଅଭିପ୍ସା ପ୍ରିୟଦର୍ଶିନୀ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡ଼ିଶା ଓ ଭାରତର ନାମକୁ ଗୌରବାନ୍ୱିତ କରିଛନ୍ତି। ମେ’ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ୪୦୦ ମିଟର ସ୍ପିଡ୍ ସ୍କେଟିଂ ପ୍ରତିଯୋଗିତାରେ ଅଭିପ୍ସା ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆର୍ଥିକ ଦୁରାବସ୍ଥା ସତ୍ତ୍ଵେ ନିଜର ନିଷ୍ଠା ଓ ପ୍ରଚେଷ୍ଟା ତଥା ଓଡ଼ିଶାର ସ୍କେଟିକୋଚ୍ ଅଜୟ ଭୂଷଣ ସାହୁ ଏବଂ ଦେବାଶିଷ ସାରଙ୍କ ତତ୍ତ୍ଵାବଧାନରେ ସେ ଏକ ମାସ ଧରି ଭୁବନେଶ୍ଵରରେ ପ୍ରଶିକ୍ଷଣ ନେବା ପରେ ଏହି ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି ।ବାଇଟ 1- ଅଭିପ୍ସା ପ୍ରିୟଦର୍ଶିନୀ (ବ୍ରୋଞ୍ଚ ପଦକ ବିଜେତା)ଭିଓ 2 – ଅଭିପ୍ସା ଙ୍କ ବିଜୟ ପରେ ତାଙ୍କର ପରିବାର ରେ ଖୁସି ଦେଖିବାକୁ ମିଳିଛି । ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ବର୍ତ୍ତମାନ କୋରାପୁଟ ଜିଲ୍ଲାର ସୁନାବେଢ଼ା ଡିଏଭି ଭିଏସ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଭାବେ ଅଧୟନ କରୁଛନ୍ତି। ଅଭିପ୍ସାଙ୍କର ଏଭଳି ସଫଳତା ପାଇଁ ସମସ୍ତ ସାହାଯ୍ୟ କାରି ଓ କ୍ରୀଡ଼ା ପ୍ରେମୀମାନେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଏହା ସହିତ ତାଙ୍କର ବାପା, ମାଆ ଓ ପରିବାର ଲୋକ ମାନେ ବେଶ ଖୁସି ଥିବା ଦେଖାଯାଇଛି । ବାଇଟ 2- ଅରୁଣ କୁମାର ବାରିକ (ଅଭିପ୍ସା ପ୍ରିୟଦର୍ଶିନୀଙ୍କ ବାପା)ବାଇଟ 3- ଶାବିତ୍ରୀ ବାରିକ (ଅଭିପ୍ସା ପ୍ରିୟଦର୍ଶିନୀଙ୍କ ମାଆ)ଫାଭଓ – ତେବେ ଜଗତସିଂହପୁର ଜିଲ୍ଲାରେ ସ୍କେଟିଂ କ୍ରୀଡା ପାଇଁ ସୁବିଧା ସୁଯୋଗ ନ ଥିବାରୁ କୋରାପୁଟ ରେ ରହି ପାଠ ପଢିବା ସହିତ କ୍ରୀଡା କ୍ଷେତ୍ରରେ ସଫଳତା ପାଇଁ ଅଭ୍ୟାସ ଜାରି ରଖିଥିଲେ । ଏବେ ବି ଅଭିପ୍ସାଙ୍କର ଏହିଭଳି ପରିଶ୍ରମ ଜାରି ରହିଛି। କ୍ରୀଡ଼ାପ୍ରେମୀଙ୍କର ଏହିଭଳି ଆର୍ଥିକ ଓ ମାନସିକ ସହଯୋଗ ରହିଲେ ଆଗକୁ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶର ନାମକୁ ଗୌରବାନ୍ୱିତ କରିବେ ବୋଲି ଅଭିପ୍ସା ଆଶା ବାନ୍ଧିଛନ୍ତି। ତେବେ ସରକାରୀ ସ୍ତରରେ ସହଯୋଗ ମିଳିଲେ ଅଭିପ୍ସା ଆହୁରି ଆଗକୁ ଯାଇ ଦେଶର ନାମ ରଖିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *