ଜଗତସିଂହପୁର ରେ ଓଡ଼ିଆ ନବବର୍ଷ ପାଳନ
Date-15/04/26 ଜଗତସିଂହପୁର ଜିଲ୍ଲାର ଅନନ୍ୟ ଅନୁଷ୍ଠାନ କଳା ଅନୁଷ୍ଠାନ ସୋନୁ ଘର ଷ୍ହୁଡ଼ିଓ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ସଂସ୍କରଣ “ଆ” ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ବିଶିଷ୍ଟ କବି ଶୁଭ ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ ନବ ବର୍ଷର ଶୁଭ କାମନା କରିବା ସହିତ ଓଡ଼ିଆ ଅସ୍ମିତା ଉପରେ ଆଲୋକପାତ କରିଥିଲେ । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ବହୁ କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ମୁଖ୍ୟ ଅତିଥି ଅନୁଷ୍ଠିତ ର ଉତ୍ତରୋତ୍ତର କାମନା କରିଥିଲେ ।
