ବାଣ ବିସ୍ପୋରଣରେ ଜଣେ ମୃତ୍ୟୁ ସହ ୫ ଆହତ
ବାଣ ବିସ୍ପୋରଣରେ ଜଣେ ମୃତ୍ୟୁ ସହ ଦୁଇଜଣ ଗୁରୁତର ଓ ତିନିଜଣ ସାମାନ୍ୟ ଆହତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପଟିଲୋ ଗ୍ରାମପଞ୍ଚାୟତ ମହିଳୋ ଗ୍ରାମରେ ଏହି ଅଘଟଣ ଘଟି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହିଳୋ ଗ୍ରାମରେ ମନୋରଞ୍ଜନ ସ୍ବାଇଁଙ୍କ ଘରେ ଏହି ଭୟାବହ ବିସ୍ପୋରଣ ଘଟିଛି । ଆଜି ଦିନ ୧୨ ଘଟିକା ସମୟରେ ହଠାତ ଘରେ ବିସ୍ପୋରଣ ର ଘଟିଥିଲା । ଯାହାଫଳରେ ଘରର ମୁଖ୍ୟ ମନୋରଞ୍ଜନ ସ୍ୱାଇଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ସମୟରେ ଦୁଇଜଣ ଗୁରୁତର ହୋଇଛନ୍ତି ଏବଂ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ମନୋରଞ୍ଜନ ଓ ତିନିଜଣ ସାମାନ୍ୟ ଆହତଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ଦୁଇଜଣ ଗୁରୁତରଙ୍କୁ କଟକ ପଠାଯାଇଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ତାହାର ପ୍ରଭାବରେ ଛାତ ଘରର କାନ୍ଥ ଓ ଛାତ ଫାଟିଯାଇ ଓହଳିଛି । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଚଲେଇଛି ।
