ଆମ ଗାଁ ଆମ ବିକାଶ” ଗୃହ ର ଅବହେଳିତ ଅବସ୍ଥା
” ଆମ ଗାଁ ଆମ ବିକାଶ” ଗୃହ ର ଅବହେଳିତ ଅବସ୍ଥା_ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେଛଡ଼ା ଗ୍ରାମ ରେ ସରକାର ଙ୍କ ଅନେକ ଅନୁଦାନ କାର୍ଯ୍ୟ କରୁଛି | କିନ୍ତୁ ଏବେ ମଧ୍ୟ” ଆମ ଗାଁ ଆମ ବିକାଶ ” ଶିବ କମ୍ୟୁନିଟି ଗୃହ ଟି ସରକାର ଙ୍କ ଦୃଷ୍ଟି ଆଢୁଆଳରେ ରହିଛି | ସରକାର ଯୋଜନା ସିନା କରିଛନ୍ତି ପରନ୍ତୁ ତାର ତଦାରଖ ସଠିକ ପରିମାଣ ରେ ହୋଇପାରୁନି | ଏହି କାର୍ଯ୍ୟଳୟ ଗୃହଟି ବର୍ତମାନ ଲୋକଙ୍କ ସହାୟତା ପାଇଁ ନୁହେଁ ମଦୁଆଙ୍କ ମଦ ଆଡା ସ୍ଥଳୀ ରୂପେ ପର୍ଯ୍ୟବେଶୀତ |ଗୃହଟିର ସମ୍ପୂର୍ଣ ଦାୟିତ୍ୱ ନିଆଯାଉନାହିଁ ଏଣୁ ସାଧାରଣ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି | ପ୍ରଶାସନ ଯଦି ଏହାର ସଠିକ ଦାୟିତ୍ୱ ବହନ କରିବେ ତେବେ ଏହା ସରକାରୀ କାର୍ଯ୍ୟାଳୟ ଭାବରେ ଲୋକଙ୍କ ହିତ ପାଇଁ ନିର୍ମାଣ କରାଯାଇପାରିବ |
