ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ସମ୍ବିତ ରାଉତରାୟ ଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ଙ୍କୁ ନେଇ ଚର୍ଚ୍ଚା
ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକରେ ଆଜି ଯୋଗ ଦେଇଛନ୍ତି ସ୍ବର୍ଗତ ଦାମୋଦର ରାଉତଙ୍କ ବୋହୁ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟ ।କୁଜଙ୍ଗ ସ୍ଥିତ ଏକ ଘରୋଇ ମଣ୍ଡପରେ ଆୟୋଜିତ ସାଙ୍ଗଠନିକ ବୈଠକରେ ବିଧାୟକ ସମ୍ବିତ ରାଉତରାୟ, ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କ ସମେତ କୁଜଙ୍ଗ, ପାରାଦ୍ବୀପର ବହୁ ଛାମୁଆ ବିଜେଡି କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ ।

ବାପା ସ୍ବର୍ଗତ ଦାମୋଦର ରାଉତଙ୍କ ସହିତ ଲୋକଙ୍କ ଭଲ ପାଇବା ରହିଛି ।ବାପା ରାଜନୀତିରେ ଥିବା ବେଳେ ଆମେ ଲୋକଙ୍କ ସହିତ ମିଶି କାମ କରିଛୁ ।ବାପାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା କିପରି ଆହୁରି ସଶକ୍ତ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବାକୁ ଆସିଥିବା କହିଥିଲେ ଗୀତାଞ୍ଜଳୀ ।ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରୁ ଗୀତାଞ୍ଜଳୀକୁ ଦଳ ପ୍ରାର୍ଥୀ କରିବାକୁ ଆଲୋଚନା ଜୋର ଧରିଥିବା ବେଳେ ଆଜିର ବୈଠକରେ ଗୀତାଞ୍ଜଳୀଙ୍କ ଯୋଗ ଦାନ ଏକ ନୂଆ ସମୀକରଣ ହେବ ବୋଲି ଆଲୋଚନା ହେଉଛି ।
