ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ
ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ କରି ବହୁ ପରିମାଣର ଗୁଟଖା ସାମଗ୍ରୀ ସହ ମେସିନ ଠାବ ବ୍ରହ୍ମପୁର କୁକୁଡାଖଣ୍ଡି ବ୍ଲକ,ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ । ବହୁ ପରିମାଣର ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ, ମେସିନ ଠାବ କରିଛି।ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥୁଲା ଏହି ବେଆଇନ ଗୁଟଖା । ଦୀର୍ଘ ଦିନ ଧରି ବେଆଇନ ଭାବେ ଗୁଟଖା ପ୍ରସ୍ତୁତି ହେବା ସହ ବିଭିନ୍ନ ଅଞ୍ଚଳକୁ ବିକ୍ରି ହେଉଥିଲା । ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତି କରିବା ସହ ଗୁଟଖା ବାସ୍ନା ପାଇଁ ବିଭିନ୍ନ ସାମଗ୍ରୀ ମିଶାଯାଉଥିଲା । ସଦର ଥାନା ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଚଢ଼ାଉ କରିଛି । ନିକଟରେ ହୋଇଥବା ନକଲି ତେଲ ଚଢ଼ାଉ ଲିଙ୍କରେ ବେଆଇନଗୁଟଖା କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ବିଭିନ୍ନ ସଂସ୍ଥା କୁ ଡାକି ତନାଘନା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଏସପି ।
