ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର।

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର। ଆସନ୍ତା ସ୍ନାନଯାତ୍ରା ଓ ରଥଯାତ୍ରାର ସୁପରିଚାଳନା ଓ ଶୃଙ୍ଖଳିତ କରିବା ନେଇ ଛତିଶାନିଯୋଗ ସେବାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କଲେ ପ୍ରକାଶ ମିଶ୍ର। ପୁରୀ ସର୍କିଟ ହାଉସରେ ସେବାୟତ ମାନଙ୍କ ସହ ରଥଯାତ୍ରା ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓପୁରୀ ଏସପିଙ୍କ ସହ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୯ ତାରିଖରେ ଦେବସ୍ନାନପୂର୍ଣ୍ଣମୀ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ,ପହଣ୍ଡି,ହାତୀବେଶକୁ ଅକ୍ଷୁର୍ଣ୍ଣ ରଖିବା ସହ ଜଳଲାଗି କିଭଳି ଠିକ୍ ଭାବରେ ହେବ ଓ,ଚୁଡାନ୍ତ ହୋଇଥିବା ନୀତିନିର୍ଘଣ୍ଟ ଅନୁସାରେ କିଭଳି ନୀତିକାନ୍ତି ସମ୍ପନ୍ନ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି।ବିଶେଷ କରି ହାତୀବେଶ ପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କେହି ରହିବେ ନାହିଁ ଓ ଭକ୍ତମାନେ କିଭଳି ଦୁର୍ଲଭ ଗଜିନନ ବେଶ ସ୍ପଷ୍ଟ ଭାବରେ ଦର୍ଶନ କରିବେ ସେ ନେଇ ଅଧିକ ଗୁରୁତ୍ଵ ଦିଆଯାଇଛି। ସେପଟେ ସ୍ନାନଯାତ୍ରା ଓ ରଥଯାତ୍ରାରେ ବ୍ୟାପକ ଭକ୍ତଙ୍କ ଭିଡ ହେବାକୁ ଥିବାବେଳେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ତେଵେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ,ସେବାୟତ ମାନେ ପରସ୍ପର ସହ କିଭଳି ସମନ୍ୱୟ ରକ୍ଷାକରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବେ ସେନେଇ ମଧ୍ୟରେ ବୈଠକରେ ଆଲୋଚନା ହୋଇଛି। ସେପଟେ ଆଗାମୀ ଦିନରେ ପୁରୀବାସୀଙ୍କ ଦର୍ଶନ ଉପରେ ପଦକ୍ଷେପ ନିଆଯିବ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *