ନାରୀ ଶକ୍ତି ବନ୍ଦନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର, ୨୧/୪ : ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଦେଶର ଅଧା ଜନସଂଖ୍ୟାକୁ ବିଶ୍ବାସଘାତକତା କରିଛନ୍ତି ଏବଂ ସେମାନଙ୍କର ମହିଳା-ବିରୋଧୀ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ପଦାରେ ପକାଇଛନ୍ତି । “ନାରୀ ଶକ୍ତି ବନ୍ଦନ” ଏହି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ “ସାମ୍ବାଦିକ ସମ୍ମିଳନୀ” ବ୍ରହ୍ମପୁର ହିଲପାଟଣା ସ୍ଥିତ ନନ୍ଦନ ହୋଟେଲ୍ ଏଣ୍ଡ କନଭେନସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଯୋଗ ଦେଇ କଂଗ୍ରେସ ଦଳ ସହ ଇଣ୍ଡି ମେଣ୍ଟ ଉପରେ ବର୍ଷିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା କୌଣସି ଅନୁଗ୍ରହ ନୁହେଁ, ବରଂ ଏହା ସେମାନଙ୍କର ସ୍ବାଭାବିକ ଅଧିକାର । ଯେଉଁମାନେ ଏହି ଐତିହାସିକ ସୁଯୋଗକୁ ବାଧାପ୍ରାପ୍ତ କରିଛନ୍ତି, ଆଗାମୀ ନିର୍ବାଚନରେ ସେମାନେ ମହିଳାମାନଙ୍କ ପ୍ରବଳ କ୍ରୋଧର ସମ୍ମୁଖୀନ ହେବେ ବୋଲି ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ମିଥ୍ୟାକୁ ପଦାରେ ପକାଇବା ସହ ସ୍ପଷ୍ଟ କରିଛନ୍ତି ଯେ, ସୀମା ନିର୍ଦ୍ଧାରଣ ଦ୍ବାରା କୌଣସି ରାଜ୍ୟର କ୍ଷତି ହେବ ନାହିଁ; ବରଂ ଦକ୍ଷିଣ ଭାରତର ଆନୁପାତିକ ପ୍ରତିନିଧିତ୍ୱ ସୁରକ୍ଷିତ ରହିବ ଏବଂ ଏଥିରେ ବୃଦ୍ଧି ଘଟିବ ବୋଲି ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ ।ସମାଜବାଦୀ ପାର୍ଟି ଭଳି ବିରୋଧୀ ଦଳଗୁଡ଼ିକ ଏହି ପ୍ରକ୍ରିୟାକୁ ବିଳମ୍ବ କରିବା ପାଇଁ କୋଟା ଭିତରେ ଧର୍ମଭିତିକ ସଂରକ୍ଷଣର ଅସାମ୍ବିଧାନିକ ଦାବି ଉପସ୍ଥାପନ କରୁଛନ୍ତି, ଯାହାକି ତୁଷ୍ଟିକରଣ ଏବଂ ପ୍ରସଙ୍ଗକୁ ବି ବିଭ୍ରାନ୍ତ କରିବାର ଏକ ବୈଷୟିକ ବାହାନା ମାତ୍ର ।ଭାରତୀୟ ଜନତା ପାର୍ଟି ମହିଳା ସଶକ୍ତି ସଶକ୍ତିକରଣ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଏବଂ ମହିଳାମାନେ ସେମାନଙ୍କର ଉଚିତ୍ ପ୍ରାପ୍ୟ ପାଇବା ନିଶ୍ଚିତ କରିବାକୁ ଏହି ମହିଳା-ବିରୋଧୀ ଶକ୍ତିମାନଙ୍କ ସହ ଦୃଢ଼ତାର ସହ ଲଢ଼ିବ ବୋଲି ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ ।ସଂସଦରେ ଗତ ଏପ୍ରିଲ୍ ୧୬ ଏବଂ ୧୭ ତାରିଖରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ସୀମା ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ଉପରେ ହୋଇଥିବା ଆଲୋଚନା ଦେଶର ଗଣତାନ୍ତ୍ରିକ ଭବିଷ୍ୟତ ଏବଂ ମହିଳାମାନଙ୍କ ଭାଗିଦାରୀ ସହ ଜଡ଼ିତ ଏକ ଐତିହାସିକ ସୁଯୋଗ ଥିଲା । ତେବେ ଏହି ଦୁଇ ଦିନ ମଧ୍ୟରେ କେବଳ ଗୃହରେ ଏକ ବିଲ୍ର ପତନ ହୋଇନାହିଁ; ବରଂ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଦଳଗୁଡିକ ଦେଶର ମହିଳାମାନଙ୍କ ଆଗରେ ସବୁଦିନ ପାଇଁ ତଳକୁ ଖସିଯାଇଛନ୍ତି ବୋଲି ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ବିରୋଧୀଙ୍କ ଉପରେ ବର୍ଷିଥିଲେ । ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ବିରୋଧୀ ମେଣ୍ଟର ଯେଉଁ ଲଜ୍ଜାଜନକ, ଅଗଣତାନ୍ତ୍ରିକ ଏବଂ ମହିଳା- ବିରୋଧୀ ଆଚରଣ ସାରା ଦେଶ ଦେଖୁଥିଲା, ତାହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରୁଛି । ଏହି ଦଳଗୁଡ଼ିକ କେବଳ ସାମ୍ବିଧାନିକ ସଂଶୋଧନ କିମ୍ବା ସୀମା ନିର୍ଦ୍ଧାରଣ ସମ୍ପର୍କିତ ବିଲ୍କୁ ବିରୋଧ କରିନାହାନ୍ତି; ବରଂ ସେମାନେ ଭାରତର କୋଟି କୋଟି ମାଆ, ଭଉଣୀ ଭଉଣୀ ଏବଂ ଝିଅମାନଙ୍କ ପଛରେ ଛୁରି ମାରିଛନ୍ତି ବୋଲି ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ସ୍ପଷ୍ଟ କରିଦେଇଛି ଯେ ଯେତେବେଳେ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସମାନ ଭାଗିଦାରୀ ଦେବାର ପ୍ରଶ୍ନ ଉଠେ, ସେତେବେଳେ ଏହି ଦଳଗୁଡ଼ିକ ରାଜନୈତିକ ବାହାନା ଏବଂ ବିଳମ୍ବର ପାଚେରୀ ଠିଆ କରନ୍ତି । ଦଶନ୍ଧି ଦଶନ୍ଧି ଧରି ମହିଳାମାନଙ୍କୁ ସଂସଦ ଏବଂ ବିଧାନସଭାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ କରିଥିବା ଷଡ଼ଯନ୍ତ୍ର, ଏହି ଦୁଇ ଦିନର ଆଲୋଚନା ମଧ୍ୟରେ ପୁଣି ଥରେ ପଦାରେ ପଡ଼ିଛି । ଏହି ଦଳଗୁଡ଼ିକ ନିଜକୁ ଗଣତନ୍ତ୍ରର ରକ୍ଷକ ଭାବେ ଦର୍ଶାଉଥିଲେ ମଧ୍ଯ ପ୍ରକୃତରେ ସେମାନେ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଏବଂ ତୁଷ୍ଟିକରଣ ପାଇଁ ମହିଳାମାନଙ୍କୁ ସେମାନଙ୍କ ଅଧୂକାରରୁ ବଞ୍ଚିତ କରି ଗଣତନ୍ତ୍ରର ମୂଳ ଆତ୍ମାକୁ କ୍ଷତି ପହଞ୍ଚାଉଛନ୍ତି । ବିରୋଧୀଙ୍କର ଏହି ମହିଳା-ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସମ୍ମୁଖରେ ସତ୍ୟ ଉପସ୍ଥାପନ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହା ରାଜନୀତି କରିବାର ସମୟ ନୁହେଁ, ବରଂ ଜାତୀୟ ସ୍ୱାର୍ଥରେ ନିଷ୍ପତ୍ତି ନେବାର ସମୟ । ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ ଦେଶର ଅଧା ଜନସଂଖ୍ୟାଙ୍କୁ ନୀତି ନିର୍ଦ୍ଧାରଣରେ ଅଂଶୀଦାର କରିବା କୌଣସି ଅନୁଗ୍ରହ ନୁହେଁ, ବରଂ ସେମାନଙ୍କର ସ୍ଵାଭାବିକ ଅଧିକାର । ଯାହାକୁ କଂଗ୍ରେସ ଏବଂ ଏହାର ସହଯୋଗୀ ମାନେ ଦଶନ୍ଧି ଦଶନ୍ଧି ଧରି ବନ୍ଧକ ରଖୁଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସମସ୍ତ ଦଳ ଏକାଠି ହୁଅନ୍ତି, ସେତେବେଳେ ଏଭଳି ପ୍ରସଙ୍ଗ ଗୁଡ଼ିକ ଆଉ ରାଜନୈତିକ ହୋଇ ରହେନାହିଁ ଏବଂ ଦେଶ ଉପକୃତ ହୁଏ ।

ଯେତେବେଳେ ନାରୀ ଶକ୍ତି ବନ୍ଦନ ଅଧ୍ୱନିୟମ ଅଣାଯାଇଥୁଲା, ସେତେବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବିରୋଧୀ ଦଳଗୁଡ଼ିକ ବାଧ୍ୟବାଧକତାରେ ଏହାକୁ ସମର୍ଥନ କରିଥିଲେ, କିନ୍ତୁ ଯେତେବେଳେ ପ୍ରକୃତରେ ମହିଳାମାନଙ୍କର ମହିଳା-ବିରୋଧୀ ମାନସିକତା ସ୍ପଷ୍ଟ ଭାବେ ସାମ୍ନାକୁ ସେମାନଙ୍କ ଅଧିକାର ଦେବାର ସମୟ ଆସିଲା, ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା ।ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ଦେଶର ମହିଳାମାନେ ଆଉ କେବଳ ନିରବ ଦର୍ଶକ ହୋଇ ରହିନାହାନ୍ତି; ସେମାନେ ଏବେ ସକ୍ରିୟ ସହଭାଗୀ ଏବଂ ନିର୍ବାଚନର ଫଳାଫଳକୁ ସିଧାସଳଖ ପ୍ରଭାବିତ କରିବାର ଶକ୍ତି ରଖିଛନ୍ତି । ଆଜି ଦେଶର ଗାଁ ଗାଁରେ ଲକ୍ଷ ଲକ୍ଷ ମହିଳା ପଞ୍ଚାୟତ ସ୍ତରରେ ସଫଳତାର ସହ ନେତୃତ୍ବ ନେଉଛନ୍ତି, ନିଷ୍ପତ୍ତି ଗ୍ରହଣ କରୁଛନ୍ତି ଏବଂ ଏବେ ସେମାନେ ସଂସଦ ତଥା ବିଧାନସଭାରେ ନିଜର ଭୂମିକା ନିର୍ବାହ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।ଏଭଳି ପରିସ୍ଥିତିରେ, ଏହି ଐତିହାସିକ ସୁଯୋଗକୁ ବିଳମ୍ବ କରିବା କେବଳ ସାମ୍ବିଧାନିକ ବିଳମ୍ବ ନୁହେଁ, ବରଂ ଏହା ସାମାଜିକ ଏବଂ ଏବଂ ଗଣତାନ୍ତ୍ରିକ ପ୍ରଗତିର କଣ୍ଠରୋଧ କରିବା ସଦୃଶ; ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିମାନେ ପ୍ରତ୍ୟେକ ନିର୍ବାଚନରେ ମହିଳାମାନଙ୍କ ପ୍ରବଳ କ୍ରୋଧର ସମ୍ମୁଖୀନ ହେବେ ବୋଲି ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ । ଏହି ସମାନ ଆଭିମୁଖ୍ୟ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ଯ ବିରୋଧୀଙ୍କ ଦ୍ବାରା ମିଥ୍ୟା ପ୍ରଚାରର କଡ଼ା ଜବାବ ଦେଇ ଗୃହରେ ସ୍ପଷ୍ଟ କରିଛନ୍ତି ଯେ, “ଜଣେ ବ୍ୟକ୍ତି, ଏକ ଭୋଟ୍, ଏକ ମୂଲ୍ୟ” ର ମୂଳ ସାମ୍ବିଧାନିକ ନୀତିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ହିଁ ଏହି ବିଲ୍ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ । ସୀମା ନିର୍ଦ୍ଧାରଣ ଏକ ସାମ୍ବିଧାନିକ ଦାୟିତ୍ବ, ଯାହାକୁ ଦୀର୍ଘ ସମୟ ଧରି ସ୍ଥଗିତ ରଖାଯାଇଥିଲା, ଯାହା ଫଳରେ ପ୍ରତିନିଧୂତ୍ବରେ ଏକ ଗୁରୁତର ଅସନ୍ତୁଳନ ଦେଖାଦେଇଥିଲା । କୌଣସି ପ୍ରକ୍ରିୟା କିମ୍ବା ପଦ୍ଧତିକୁ ନେଇ ନୁହେଁ, ବରଂ ମହିଳାମାନଙ୍କୁ ସଂରକ୍ଷଣ ପ୍ରଦାନ ନ କରିବା କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ମୂଳ ଉଦ୍ଦେଶ୍ୟ ବୋଲି ପ୍ରମାଣିତ ହୋଇଥିବାର ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ । ଇତିହାସ ସାକ୍ଷୀ ଅଛି ଯେ, ଯେଉଁ ଦଳ ଶାହବାନୋ ମାମଲାରେ ମୁସଲିମ ମହିଳାଙ୍କ ଅଧିକାର ବିରୋଧରେ ଛିଡ଼ା ହୋଇଥିଲା ଏବଂ ଟ୍ରିପଲ ତଲାକ୍ ପ୍ରଥାକୁ ସମର୍ଥନ କରିଥିଲା, ସେ ମହିଳାମାନଙ୍କ ସମାନ ପ୍ରତିନିଧିତ୍ବର ବିଚାରକୁ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ଗ୍ରହଣ କରିପାରୁ ନାହିଁ । ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ ବୈଷୟିକ ବାହାନା, କମିଟି ଏବଂ ଅମୂଳକ ବିତର୍କ ମାଧ୍ୟମରେ ମହିଳା ସଂରକ୍ଷଣକୁ ପକାଇ ରଖୁଥୁଲା ଏବଂ ଯେତେବେଳେ ପଛୁଆ ବର୍ଗକୁ ଅଧିକାର ଦେବା କଥା ଆସିଲା, ଏହା କମିଶନ ରିପୋର୍ଟ ଗୁଡ଼ିକୁ ଶୀତଳ ଭଣ୍ଡାରକୁ ପଠାଇ ଦେଇଥିଲା । ପଞ୍ଚାୟତରେ ମହିଳାମାନଙ୍କୁ ସଂରକ୍ଷଣ ଦେବା ସେମାନଙ୍କ ପାଇଁ ସହଜ ଥୁଲା, କାରଣ ସେଠାରେ ସେମାନଙ୍କ ନିଜ ପଦବୀ ବିପଦରେ ନଥିଲା, କିନ୍ତୁ ସଂସଦରେ ସେମାନେ ଏହି ଦ୍ବାରକୁ ବନ୍ଦ କରି ରଖୁଥିଲେ । ସୀମା ନିର୍ଦ୍ଧାରଣର ଉଦ୍ଦେଶ୍ୟ କେବଳ ଆସନ ସଂଖ୍ୟା ବଢ଼ାଇବା ନୁହେଁ, ବରଂ ଜନସଂଖ୍ୟା ଅନୁପାତରେ ସନ୍ତୁଳିତ ଏବଂ ସମାବେଶୀ ପ୍ରତିନିଧିତ୍ବ ନିଶ୍ଚିତ କରିବା ତଥାପି, ନିଜର ସଙ୍କୁଚିତ ହେଉଥିବା ରାଜନୈତିକ ଭିତ୍ତିଭୂମିକୁ ନେଇ ବିବ୍ରତ ହୋଇ ଡିଏମକେ ଏବଂ ଏହାର ସହଯୋଗୀମାନେ ଏବେ ଦେଶରେ ଉତ୍ତର-ଦକ୍ଷିଣ ବିଭାଜନ ସୃଷ୍ଟି କରିବାର ଏକ ବିଭାଜନକାରୀ ଖେଳ ଖେଳୁଛନ୍ତି । ଏହି ଦଳଗୁଡ଼ିକ ଏକ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର କରୁଛନ୍ତି ଯେ, ସୀମା ନିର୍ଦ୍ଧାରଣ ଦ୍ବାରା ଦକ୍ଷିଣ ଭାରତ କ୍ଷତିଗ୍ରସ୍ତ ହେବ । ଯଦିଓ ଗୃହମନ୍ତ୍ରୀ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ଯେ, କୌଣସି ରାଜ୍ୟ ବା ଅଞ୍ଚଳ ପ୍ରତି ଅନ୍ୟାୟ ହେବ ନାହିଁ ଏବଂ ସୀମା ନିର୍ଦ୍ଧାରଣ ପରେ ପ୍ରତ୍ୟେକ ଦକ୍ଷିଣ ଭାରତୀୟ ରାଜ୍ୟର ଆନୁପାତିକ ପ୍ରତିନିଧିତ୍ବ ସୁରକ୍ଷିତ ରହିବ ଏବଂ ବୃଦ୍ଧି ପାଇବ । ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବାର ଏହି ଷଡ଼ଯନ୍ତ୍ରରେ, ସମାଜବାଦୀ ପାର୍ଟି ମଧ୍ଯ କୋଟା ମଧ୍ଯରେ ଧର୍ମଭିତ୍ତିକ ସଂରକ୍ଷଣ ପାଇଁ ଅସାମ୍ବିଧାନିକ ଦାବି ଉପସ୍ଥାପନ କରି ଏକ ବିପଜ୍ଜନକ ଚାଲ୍ ଖେଳିଛି, ଯଦିଓ ଭାରତର ସମ୍ବିଧାନ ଧର୍ମଭିତ୍ତିରେ ସଂରକ୍ଷଣକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଟିଏମସି ର ମହିଳା-ବିରୋଧୀ ମାନସିକତା ସମ୍ପୂର୍ଣ୍ଣ ରୂପେ ପଦାରେ ପଡ଼ିଛି; ଯେଉଁ ଦଳ ନିଜ ରାଜ୍ୟରେ ହିଂସା ମାଧ୍ୟମରେ ମହିଳାମାନଙ୍କ ସ୍ବରକୁ ଚାପି ଦିଏ, ସେ ସଂସଦରେ ଗଣତନ୍ତ୍ରକୁ ରକ୍ଷା କରିବାର ଅଭିନୟ କରୁଥିଲା । ବିରୋଧୀ ଦଳ ଏହି ତଥ୍ୟକୁ ଅଣଦେଖା କରୁଛନ୍ତି ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମର କାର୍ଯ୍ୟକାରିତା ସିଧାସଳଖ ସୀମା ନିର୍ଦ୍ଧାରଣ ସହିତ ଜଡ଼ିତ; ସୀମା ନିର୍ଦ୍ଧାରଣରେ ଯେକୌଣସି ବିଳମ୍ବ ମହିଳାମାନଙ୍କ ପାଇଁ ସଂରକ୍ଷଣର ସୁଫଳକୁ ବିଳମ୍ବିତ କରିବ । ତେଣୁ, ଏହି ବିଲ୍ ଗୁଡ଼ିକୁ ବିରୋଧ କରିବା ପ୍ରକୃତରେ ମହିଳାମାନଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ପାଇବାରୁ ରୋକିବା ପାଇଁ ଏକ ବିରାଟ ଷଡଯନ୍ତ୍ର ଥୁଲା । ବିରୋଧୀ ଦଳ ବିଶ୍ୱାସ କରନ୍ତି ଯେ, ସେମାନେ ବୈଷୟିକ ବାହାନା ଦେଖାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିପାରିବେ, କିନ୍ତୁ ଆଜିର ମହିଳାମାନେ ସବୁକିଛି ବୁଝିଛନ୍ତି । ଏହା କେବଳ ଏକ ବିଲ୍ ପ୍ରତି ବିରୋଧ ନଥିଲା, ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧୀଙ୍କ ହତାଶାର ଏକ ଅଭିବ୍ୟକ୍ତି ଥିଲା ବୋଲି ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଥିଲେ । କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଭୟ କରୁଛନ୍ତି ଯେ, ଯଦି ମହିଳାମାନେ ତାଙ୍କ ନେତୃତ୍ବର ଐତିହାସିକ ଅଧିକାର ପାଆନ୍ତି, ତେବେ ସେମାନଙ୍କର ବଳକା ରାଜନୈତିକ ଭିତ୍ତିଭୂମି ମଧ୍ଯ ହାତରୁ ଖସିଯିବ । ଭାରତୀୟ ଜନତା ପାର୍ଟି ମହିଳା ସଶକ୍ତିକରଣ, ସନ୍ତୁଳିତ ପ୍ରତିନିଧିତ୍ୱ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିଜର ସମ୍ପୂର୍ଣ ପ୍ରତିବଦ୍ଧତାକୁ ଦୋହରାଇଛି I ଏହା ବିଭାଜନ କିମ୍ବା ବିଭ୍ରାନ୍ତି ସୃଷ୍ଟି କରିବାର ସମୟ ନୁହେଁ, ବରଂ ଏକାଠି ହୋଇ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କରିବାର ସମୟ । ମହିଳାମାନଙ୍କ ଅଧିକାର ପାଇଁ ମୋଦୀ ସରକାର ଏହି ମହିଳା- ବିରୋଧୀ ଶକ୍ତିମାନଙ୍କ ସହ ଦୃଢ଼ତାର ସହ ଲଢ଼ିବେ, ଯେପରି ଦେଶର ଅଧା ଜନସଂଖ୍ୟା ସେମାନଙ୍କର ପ୍ରକୃତ ସ୍ଥାନ ପାଇପାରିବେ । ଆଗାମୀ ସମୟରେ, ଭାରତର ମହିଳାମାନେ ସେମାନଙ୍କ ଭୋଟ ର ଶକ୍ତି ମାଧ୍ୟମରେ ଏହାର ଜବାବ ଦେବେ ଏବଂ ଏହି ଅହଂକାରୀ ତଥା ମହିଳା-ବିରୋଧୀ ଦଳଗୁଡ଼ିକୁ ସବୁଦିନ ପାଇଁ ରାଜନୀତିର ପରିଧୂ ବାହାରକୁ ତଡ଼ି ଦେବେ ବୋଲି ମାନ୍ୟବର ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ବର୍ଷିଥିଲେ । ଏହି “ସାମ୍ବାଦିକ ସମିଳନୀରେ” ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ସଂସଦୀୟ କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବରିଷ୍ଠ ନେତ୍ରୀ ସବିତା ସୁଆର, କର୍ପୋରେଟର ସବିତା ସାହୁ ଏବଂ ବନିତା ସାହୁ, ଜିଲ୍ଲା ଉପସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ରାଜ୍ୟ ପରିଷଦ ସଭ୍ୟା ଶ୍ରୀମତୀ ମନିତା ଦାଶ, ଜିଲ୍ଲା ସମ୍ପାଦିକା ସ୍ମିତାଲି ସ୍ମୃତି ସ୍ନିଗ୍ଧା ପାତ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ଯୁବନେତା ଆଲୋକ ସାହୁ, ବରୁଣ ପାଢ଼ୀ, ଲିଟୁ ପାତ୍ର, ସାଗର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
