ଉତ୍କଲ ଆଲୁମିନା ବାଫ୍ଲିମାଳି ଖଣି ସିଏସଆର୍ ପକ୍ଷରୁ ୪୫.୦୦୦ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ ଏମ୍ଏଚୟୁ ଶୁଭାରମ୍ଭ

ଟିକିରି, ୨୧/୪; ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ବାଫ୍ଲିମାଳି ଖଣି ସିଏସଆର୍ ପକ୍ଷରୁ କାଶୀପୁର ବ୍ଲକ୍ ଅଧୀନ ରାଇଲଘାଟି ଗ୍ରାମରେ ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଡିପାରି ସରପଞ୍ଚ ଡମ୍ବରୁଧର ମାଝି, ମାନବାଧିକାର ପ୍ରତିନିଧି ସଦନ ମାଝି, ଆଣ୍ଡିରାକାଞ୍ଚ ଥାନା ଏସଆଇ ଅରୁଣ କୁମାର ପାତ୍ର, ସମେତ ଖଣି ସିଏସଆର କର୍ମକର୍ତ୍ତା ମନୋଜ ଦାଶ, ଦେବୀ ପ୍ରିୟା, ନିରୁପମା ବାରିକ, ଦୀଲିପ ନାଏକ, ଏମଏଚୟୁ କର୍ମଚାରୀ ଏବଂ ଉକ୍ତ ଗ୍ରାମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଉଦବୋଧନ ଦେଇ ସରପଞ୍ଚ ଡମ୍ୱରୁଧର ମାଝି କହିଥିଲେ ଯେ, ଉତ୍କଳ ଆଲୁମିନା ସିଏସଆର୍ ପଦକ୍ଷେପ ରାଇଲଘାଟି ଗାଁରେ ଦୃଶ୍ୟମାନ ପରିବର୍ତ୍ତନ ଆଣିଛି। କେବଳ ତିନି ବର୍ଷ ପୂର୍ବରୁ ଏଠାରେ ମୌଳିକ ସୁବିଧା ଯେପରି, ରାସ୍ତା ସଂଯୋଗ ମଧ୍ୟ ଗ୍ରାମକୁ ନଥିଲା, କିନ୍ତୁ ଏବେ ଏହି ଅଞ୍ଚଳରେ ଲୋକାଭିମୁଖି ଉନ୍ନତି ଦେଖିବାକୁ ମିଳୁଛି।ସେହିପରି ସଦନ ମାଝି, ଉତ୍କଳ ଆଲୁମିନା ସିଏସଆର୍ ଅଧୀନରେ ବାଫ୍ଲିମାଳି ଖଣିର ମାନବ କୈନ୍ଦ୍ରିକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମୋବାଇଲ୍ ହେଲ୍ଥ୍ ୟୁନିଟ୍ ପ୍ରତିଦିନ ଗ୍ରାମଗୁଡିକୁ ଯାଇ ନିଶୁଳ୍କ ଚିକିତ୍ସା ସେବା, ଡାକ୍ତରୀ ପରାମର୍ଶ, ଔଷଧ, ପରୀକ୍ଷା, ରେଫରାଲ୍ ସହାୟତା ଏବଂ ଉନ୍ନତ ଚିକିତ୍ସା ପାଇଁ ଉତ୍କଳ ହସ୍ପିଟାଲ୍ ଓ ସରକାରୀ ହସ୍ପିଟାଲ୍‌ଗୁଡିକରେ ସୁବିଧା ପ୍ରଦାନ କରିବ। ଉତ୍କଳ ଆଲୁମିନାର ଏହି ପ୍ରୟାସ ପ୍ରତି ସମାଜର ଲୋକମାନଙ୍କୁ କୃତଜ୍ଞ ରହିବାକୁ ଆହ୍ୱାନ କରିଥିଲେ ଶ୍ରୀ ମାଝି।ଏସଆଇ ଅରୁଣ ପାତ୍ର ମଧ୍ୟ ଉତ୍କଳ ଆଲୁମିନା ସିଏସଆର୍ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ରାଇଲଘାଟି ଏବେ ଉନ୍ନତିର ଏକ ମଡେଲ୍ ଭାବେ ଉଦିତ ହେଉଛି।

ଅନ୍ୟପକ୍ଷେ ଏହି ପଦକ୍ଷେପ ଉତ୍କଳ ଆଲୁମିନା ସମୁଦାୟ କଲ୍ୟାଣ, ବିଶେଷକରି ସ୍ୱାସ୍ଥ୍ୟ ସେବା ଓ ସାମାଜିକ ଉନ୍ନତି ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଗ୍ରାମବାସୀ ସକ୍ରିୟ ଅଂଶଗ୍ରହଣ କରିବା ସହ ଏହା ପ୍ରତି ବ୍ୟାପକ ସମର୍ଥନ ଓ ଉତ୍ସାହକୁ ଦର୍ଶାଇ ଥିଲେ। ଏହି ଗ୍ରାମୀଣ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପଦକ୍ଷେପ ଦ୍ଵାରା ସ୍ଥାନୀୟ ଉତ୍କଳ ଆଲୁମିନା ପାର୍ଶ୍ୱସ୍ଥ ଗ୍ରାମବାସୀ ପ୍ରତେକ୍ଷ ଭାବେ ନିଜ ହାତପାହାନ୍ତାରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଯାହାଫଳରେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଦୂରଦୂରାନ୍ତ ନଯାଇ ଘର ନିକଟରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ। ଉତ୍କଳ ଆଲୁମିନା ପକ୍ଷରୁ ସମ୍ପ୍ରତି ପ୍ରୟାସ ଅଧୀନରେ ତିନିଟି ମୋବାଇଲ୍ ହେଲ୍ଥ୍ ୟୁନିଟ୍ କାର୍ଯ୍ୟରତ ଅଛି । ଯାହା ମାଧ୍ୟମରେ ପ୍ରାୟ ୪୫,୦୦୦ ଲୋକଙ୍କୁ ସେବା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *