ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ-ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ-କଂଗ୍ରେସ, ଡିଏମ୍କେ, ଟିଏମ୍ସି ଓ ସମାଜବାଦୀ ପାର୍ଟିକୁ ନିଶାନା-ନାରୀର ଆତ୍ମସମ୍ମାନ ଉପରେ ଚୋଟ ଲଗାଇଛନ୍ତି-ନାରୀ ସବୁ ଭୁଲି ପାରିବେ, ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ-ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇଲା ବେଳେ ଖୁସି ମନାଇଲେ-ବିରୋଧୀ ଯେଉଁ ପାପ କରିଛନ୍ତି, ତାହାର ସଜା ଭୋଗିବେ-୪୦ ବର୍ଷ ହେଲା ନାରୀର ହକ୍କୁ ରୋକାଯାଇଛି-ସବୁ ରାଜ୍ୟର ଶକ୍ତିକୁ ବୃଦ୍ଧି ପାଇଁ ପ୍ରୟାସ କରାଯାଇଥିଲା-ରାଜ୍ୟ ଛୋଟ ଓ ବଡ଼ ହେଉ ସମାନୁପାତିକ ଭାବେ ବଢ଼ିଥାନ୍ତା-କଂଗ୍ରେସ ସ୍ବାର୍ଥ ସାଧନ ପାଇଁ ଭୃଣ ହତ୍ୟା କରିଛି-ଏଥିରେ ଟିଏମ୍ସି, ଡିଏମ୍କେ ଅଂଶ ନିଭାଇଛନ୍ତି-କଂଗ୍ରେସ ଓ ଏହାର ସାଥୀ ଦେଶବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି-ମୁଁ ଭାବିଥିଲି କଂଗ୍ରେସ କରିଥିବା ପାପର ପ୍ରାୟଶ୍ଚିତ କରିବ-ଆଉ କଂଗ୍ରେସ ଆଞ୍ଚଳିକ ଦଳକୁ ସାଥିରେ ନେବାକୁ ଷଡ଼ଯନ୍ତ୍ର କରିଛି-ବିରୋଧୀଙ୍କୁ ପରିବାରବାଦ ପାର୍ଟି କହି ସିଧା ନିଶାନା କଲେ-ନାରୀ ସଶକ୍ତ ହେଲେ ପରିବାରବାଦ କ୍ଷତିଗ୍ରସ୍ତ ହେବ ବୋଲି ଭାବିଲେ-ଏଥିପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କଲେ-ଡିଲିମିଟେସନ ପ୍ରସଙ୍ଗରେ ମଧ୍ୟ କଂଗ୍ରେସକୁ ଧୋଇଲେ-ବିଲ୍ ପାସ୍ ହୋଇଥିଲେ ସବୁ ରାଜ୍ୟର ସିଟ୍ ବଢ଼ିଥାନ୍ତା-ମାତ୍ର ସେମାନେ ବିରୋଧ କରି ରାଜ୍ୟବାସୀକୁ ଧୋକ୍କା ଦେଲେ-ଡିଏମ୍କେ,ଟିଏମ୍ସି,ସମାଜବାଦୀ ପାର୍ଟି ବି ସୁଯୋଗ ହାତଛଡ଼ା କଲା-ସମାଜବାଦୀ ପାର୍ଟି ମହିଳା ସଂରକ୍ଷଣ ବିରୋଧୀ,ୟୁପିବାସୀ ଭୁଲିବେନି-କଂଗ୍ରେସ ଏକ ଆଣ୍ଟି ରିଫର୍ମ ପାର୍ଟି- ମୋଦି-କଂଗ୍ରେସ GST, ଡିଜିଟାଲ ପେମେଣ୍ଟକୁ ବିରୋଧ କରିଛି-ସଂସ୍କାର ନାଁ ଶୁଣିଲେ କଂଗ୍ରେସ ଶକ୍ତି ଲଗାଇ ବାଧା ସୃଷ୍ଟି କରିଛି-ଏକ ଦେଶ,ଏକ ନିର୍ବାଚନକୁ କଂଗ୍ରେସ ବିରୋଧ କରିଛି-ଯାହା ଦେଶ ପାଇଁ ଜରୁରୀ, କଂଗ୍ରେସ ତାହାକୁ କାର୍ପେଟ୍ ତଳେ ଲୁଚାଏ-କଂଗ୍ରେସ ପଡ଼ୋଶୀ ସହ ସୀମା ବିବାଦ ଲଟକାଇ ରଖିଥିଲା-ନାରୀଶକ୍ତିକୁ ଆଗକୁ ନେବାରେ କେହି ରୋକିପାରିବେ ନାହିଁ-ବିଜେପି ଓ ଏନ୍ଡିଏର ଉଦ୍ୟମ ଜାରି ରହିବ, ଥମିବ ନାହିଁ .
