ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିଆନ୍ତୋ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ତାଙ୍କ ନେତୃତ୍ୱ ଏବଂ ଅସାଧାରଣ ଅବଦାନର ସ୍ୱୀକୃତି ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇଛନ୍ତି। ଶ୍ରୀ ମୋଦୀ ଏହି ପୁରସ୍କାରକୁ ଭାରତ ଓ ଇଣ୍ଡୋନେସିଆର ଜନସାଧାରଣ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘସ୍ଥାୟୀ ସଭ୍ୟତାଗତ ସମ୍ପର୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

Leave a Reply

Your email address will not be published. Required fields are marked *