ଉଜବେକିସ୍ତାନ ଓ କିର୍ଗିଜ୍ ଗଣରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ  ବିବୃତ୍ତି

ଉଜବେକିସ୍ତାନ ଓ କିର୍ଗିଜ୍ ଗଣରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ  ବିବୃତ୍ତି

ପୋଷ୍ଟ : ୨୯ ଅଗଷ୍ଟ ୨୦୨୬, ସକାଳ ୮:୪୫  ପିଆଇବି, ନୂଆଦିଲ୍ଲୀ

ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ମୁଁ ୨୯-୩୦ ଅଗଷ୍ଟରେ ସରକାରୀ ଗସ୍ତରେ ତାସକେଣ୍ଟ ଯିବି। ଗତ କିଛି ବର୍ଷ ମଧ୍ୟରେ, ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗିତାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ସହ ଆଲୋଚନା କରି ବାଣିଜ୍ୟ ଓ ପୁଞ୍ଜିନିବେଶ, ଡିଜିଟାଲ୍ ସଂଯୋଗ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ସହିତ ‘ବିକଶିତ ଭାରତ’ ଓ ‘ୟଙ୍ଗି ଉଜବେକିସ୍ତାନ’ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ।  ଏଥିସହ ମୁଁ ତାସକେଣ୍ଟ ଷ୍ଟେଟ୍ ୟୁନିଭରସିଟି ଅଫ୍ ଓରିଏଣ୍ଟାଲ୍ ଷ୍ଟଡିଜ୍‌ରେ ଥିବା ଶାସ୍ତ୍ରୀ ସ୍ମାରକୀ ଏବଂ ମହାତ୍ମା ଗାନ୍ଧୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବି, ଯାହା ଆମ ଦୁଇ ଦେଶକୁ ଯୋଡ଼ୁଥିବା ନିବିଡ଼ ସାଂସ୍କୃତିକ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ।

ତାସକେଣ୍ଟରୁ ମୁଁ କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ସାଦିର ଜାପାରୋଭଙ୍କ ଆମନ୍ତ୍ରଣ କ୍ରମେ ବିଶେଷ ଯାତ୍ରା କରିବି ଏବଂ ସେଠାରେ ଏକ ମହତ୍ତ୍ବପୂର୍ଣ୍ଣ ସଂଗଠନ, ସାଂଘାଇ ସହଯୋଗ ସଂଗଠନ (ଏସସିଓ) ୨୫ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ୨୬ତମ ଏସ୍ଓସି ଶିଖର ସମ୍ମିଳନୀରେ ଯୋଗଦେବି। ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସଂଗଠନର ୨୫ ବର୍ଷ ପୂର୍ତ୍ତିକୁ ଚିହ୍ନିତ କରିବ।  ଭାରତ ୨୦୧୭ ମସିହାରୁ  ଏସସିଓର ଏକ ସକ୍ରିୟ ଏବଂ ଗଠନମୂଳକ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛି।  ସୁରକ୍ଷା, ସଂଯୋଗ ଏବଂ ସୁଯୋଗରେ ସ୍ଥାପିତ ଏହି କ୍ଷେତ୍ର ପାଇଁ ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଏବଂ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦର କବଳରୁ ମୁକ୍ତ କରିବା ଏବଂ ଏକ ଅଞ୍ଚଳ ପାଇଁ ସହଯୋଗୀ ସଦସ୍ୟମାନଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି, ଯାହା ଆମ ପଡ଼ୋଶୀ ଅଞ୍ଚଳ ଏବଂ ବାହାରେ ଶାନ୍ତି ଏବଂ ସ୍ଥିରତାକୁ ବିପଦରେ ପକାଇଛି।

ମୁଁ ରାଷ୍ଟ୍ରପତି ଜାପାରୋଭ ଏବଂ ଏସସିଓର ଅନ୍ୟ ନେତାମାନଙ୍କୁ ଭେଟିବା ସହ ୬ଷ୍ଠ ‘ୱାର୍ଲ୍ଡ ନୋମାଡ୍ ଗେମ୍ସ’ର ଉଦ୍‌ଘାଟନୀ ସମାରୋହରେ ଯୋଗଦେବାକୁ ଉତ୍ସାହର ସହ ଅପେକ୍ଷା କରିଛି। ଏହି ଉତ୍ସବ ମଧ୍ୟ ଏସିଆର ସମୃଦ୍ଧ ଜୀବନ୍ତ ଐତିହ୍ୟର ଏକ ବିଶେଷ ସମାରୋହ, ଯାହା ପ୍ରତି ଭାରତ ଗଭୀର ସମ୍ମାନ ପୋଷଣ କରେ।

ବିଶ୍ବାସ ଅଛି ଯେ  ମୋର ଏହି ଗସ୍ତ ମଧ୍ୟଏସିଆରେ ଭାରତର ରଣନୈତିକ ଭାଗିଦାରିକୁ ଆହୁରି ସୁଦୃଢ଼ କରିବ, ଏହି ଅଞ୍ଚଳ ସହିତ ଆମର ସଭ୍ୟତାଗତ ସମ୍ପର୍କକୁ ଆହୁରି ଗଭୀର କରିବ ଏବଂ ବିଶ୍ୱ ସହିତ ଭାରତର ସମ୍ପର୍କର ମୂଳରେ ଥିବା ଶାନ୍ତି, ସ୍ଥିରତା ଓ ସମୃଦ୍ଧିର ଆମର ସାଧାରଣ ଲକ୍ଷ୍ୟକୁ ଆଗେଇ ନେବ। ଏହି ମୂଲ୍ୟବୋଧ ଗୁଡ଼ିକ ହିଁ ବିଶ୍ୱ ସହ ଭାରତର ସମ୍ପର୍କର ମୂଳ ଆଧାର।

Leave a Reply

Your email address will not be published. Required fields are marked *