ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରଙ୍କୁ ବଣିକ ସଂଘ ର ସମ୍ବର୍ଦ୍ଧନା
ଧରାକୋଟ :-୨୨/୦୯ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପଢ଼ୁଥିବା ଅଂଶୁମାନ ଦାସ ଏନ ସି ସି ଜୁନିଅର ଡିଭିଜନ ରେ ସାମିଲ ହୋଇ ପ୍ରଥମେ ଅଙ୍କୁଶପୁର କ୍ୟାମ୍ପ ରେ ବନ୍ଧୁକ ଚାଳନାରେ ନିଜର ଲୁକ୍କାଇତ ପ୍ରତିଭା ବିକଶିତ କରିବା ପରେ ନବରଙ୍ଗ ପୁର କ୍ୟାମ୍ପ ରେ ପୁଣିଥରେ ବେଶ ପ୍ରଶଂସିତ ହୋଇଥିଲେ । ଏହାପରେ ଢେଙ୍କାନାଳ ଠାରେ ଅନୁଷ୍ଠିତ ଆଇ ଜି ସି କ୍ୟାମ୍ପ ରେ ବନ୍ଧୁକ ଚାଳନାରେ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସମ୍ପ୍ରତି ଜାତୀୟ ସ୍ତରର ଟି ଏସ ସି କ୍ୟାମ୍ପ ରେ ଜଣେ ପ୍ରତିଯୋଗୀ ଭାବରେ ସେ ଅଂଶ ଗ୍ରହଣ କରିଛନ୍ତି । ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ ପରେ ତାଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଥିବା ଦେଖାଯାଉଛି । ଧରାକୋଟ ବଣିକ ସଂଘ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାମନାରେ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ପୁରସ୍କାର,ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସଂଘ ସଭାପତି ବିଜୟ କୁମାର ପାତ୍ର ଙ୍କ ସଭାପତିତ୍ବରେ ଏବଂ ବଶିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ପାଦକ ଶିବ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏଥିରେ ଅତିଥି ଭାବରେ କୃଷିବିତ ରାମ ଶଙ୍କର ପଟ୍ଟନାୟକ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ଦାସ,ବରିଷ୍ଠ ସଭ୍ୟ ତଥା ନାଗରିକ ପ୍ରଫୁଲ୍ଲ ପାଣିଗ୍ରାହୀ,ଅବସର ପ୍ରାପ୍ତ ସେନା ବାହିନୀ କର୍ମଚାରୀ ବିପିନ ବିହାରୀ ଦାସ,ପୂର୍ବତନ ସରପଂଚ ଦିଲିପ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ, ୱାୟୀ ସି ସି ସଭାପତି ସୁନିଲ କୁମାର ଗୌଡ଼,ସମାଜସେବୀ ମୀନକେତନ ପାଣିଗ୍ରାହୀ,ସମାଜସେବୀ ସୋମନାଥ ମହାନ୍ତି, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଵିଧୁ ଭୂଷଣ ରାଉତ, ଗଣପତି ଗମାଙ୍ଗ, ଏନ ସି ସି ଶିକ୍ଷକ ଅନିଲ ନାୟକ ପ୍ରମୁଖ ଉପସ୍ଥିତ ରହି ଅଂଶୁମାନ ର ବିକଶିତ ପ୍ରତିଭାର ପ୍ରଶଂସା କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅଂଶୁମାନ ଧରାକୋଟ ଗଡର କ୍ଷୁଦ୍ର ବ୍ୟବସାୟୀ ନାରାୟଣ ଦାସ ଓ ଜୟନ୍ତୀ ଦାସ ଙ୍କ ର ପୁଅ ଅଟନ୍ତି । ବଣିକ ସଂଘ ପକ୍ଷରୁ ଗୋଲକ ବିହାରୀ ସାହୁ, ଶିବ ପ୍ରସାଦ ମହାନ୍ତି, ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ଜୟସେନ ଗୌଡ଼ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
