ନୟାହାଟ ମଣ୍ଡଳ ବିଜେପି ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୋପ – ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ମଣ୍ଡଳ ବିଜେପି କର୍ମୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି। ବିଜେପି ଯୁବ ନେତା ତଥା ସଂଗଠକ ବିଶ୍ବରଂଜନ ଦଳାଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ପରିଷଦ ପାର୍ଥି ଭାଗିରଥି ଦଳାଇ ସଂଯୋଜନା କରିଥିଲେ। ନୟାହାଟ ମଣ୍ଡଳ ଉପ ସଭାପତି କେଦାରନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜି ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଶରତ ମହାରଣା, ସଧାରଣ ସମ୍ପାଦକ ପ୍ରେମାନନ୍ଦ ପାତ୍ର, ସମ୍ପାଦକ ପବନି ପାତ୍ର, ଶୋରଭା ସମିତି ସଭ୍ୟ ପ୍ରଫୁଲ ସ୍ବାଇଁ, ପୁର୍ବତନ ସରପଞ୍ଚ ବାବୁଲାଲ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ କାଳନ୍ଦୀ ପାତ୍ର, ପୂର୍ବତନ ମଣ୍ଡଳ ସଭାପତି

ପ୍ରଭାତ ପାତ୍ର, ଭବାନୀ ଶଙ୍କର ମହାନ୍ତି, ଜୟନ୍ତ ସେଠ, ରଞ୍ଜନ ପାତ୍ର ଓ ଦେବ ମହାନ୍ତି ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ। ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସଙ୍ଗଠନ କିପରି ତୃଣ ମୂଳ ସ୍ତରରେ ସୁଦୃଢ଼ ହେବ ଏଵଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କିପରି ଲୋକ ମାନଙ୍କ ପାଖରେ ପହଞ୍ଚିବ ସେ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ବର୍ତ୍ତମାନର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ କର୍ମକର୍ତା ମାନଙ୍କୁ ନନେଇ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ସାଂଗଠାନିକ ବୈଠକ କରୁନଥିବା ବେଳେ କର୍ମୀ ମାନଙ୍କୁ ଉପେକ୍ଷା କରୁଥିବା ନେଇ ନୟାହାଟ ମଣ୍ଡଳ ର ୭ ଟି ପଞ୍ଚାୟତରୁ ଆସିଥିବା ବିଜେପି କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *