ରେଡିଓ ନମସ୍କାର ପକ୍ଷରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋଣାର୍କ : ରେଡିଓ ନମସ୍କାର ପକ୍ଷରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ। କୋଣାର୍କ ‘ର ମା ଭଗବତୀ ପୀଠରେ ଆୟୋଜିତ ରଜପର୍ବ ର ଦ୍ୱିତୀୟ ଦିନ ରେ ଶିଶୁ ସୁରକ୍ଷା,ବାଲ୍ୟ ବିବାହ, ଶିଶୁ ଶ୍ରମିକ ,ଘରୋଇ ହିଂସା ,ସଂପର୍କିତ ସରକାରୀ ବିଧି ବ୍ୟବସ୍ଥା କ’ଣ ରହିଛି ସେ ସମ୍ପର୍କରେ ଜନସଚତନତା ସୃଷ୍ଟି ନିମନ୍ତେ ,ଜିଲ୍ଲା ଶିଶୁ ସୁରକ୍ଷା ଶାଖା ପୁରୀ ଏଵଂ ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆକ୍ସନଏଡ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଥିଲେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରଯୁକ୍ତ ମନୋଜ କୁମାର ତ୍ରୀପାଠୀ, ପୁରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧକ୍ଷ ଶ୍ରୀଯୁକ୍ତ ମହାବୀର ରୁଦ୍ର ନାରାୟଣ ସାହୁ, କବୟିତ୍ରୀ ସୁଜାତା ସିହ୍ନା ,ରେଡିଓ ନମସ୍କାର ର ସଂଯୋଜିକା ଏସ୍ କାଜଲ ଓ ସଂଯୋଜକ ଅନୁପ ସାହୁ, ଓ ଅର୍କ୍ରଶ୍ରୀ ର ସମ୍ପାଦକ ଉମେଶ ସ୍ୱାଇଁ ପ୍ରମୁଖଙ୍କ ଯୋଗଦେଇ,ମହିଳା ଓ ଶିଶୁମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ କୋଣାର୍କ ନିକଟସ୍ଥ ଅଂଚଳର ବିଭିନ୍ନ ଗାଁ ର ୫୦୦ ରୁ ଉର୍ଦ୍ଧ ପୁରୁଷ, ମହିଳା ଓ ଶିଶୁମାନେ ଅଂଶ ଗ୍ରହଣ କରିଥିଲେ, ପ୍ରଥମେ ରେଡିଓ ନମସ୍କାର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ,ହିଂସା ଓ ବାଲ୍ୟ ବିବାହ, ଶିଶୁ ସୁରକ୍ଷା ଉପରେ ଦୁଇଟି ଜିଙ୍ଗଲ୍ ଉପସ୍ଥିତ ଜନସାଧାରଣ ଙ୍କୁ ଶୁଣାଇ ଦିଆଯାଇଥିଲା , ପରେ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସଠିକ୍ ଉତ୍ତର ଦାତାଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା, ତତ୍ ସହିତ ନିମାପଡ଼ା ,ଗୋପ, କାକଟପୁର,ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳ ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତି ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରୁଥିବା ବେଳେ, ମାନବାଧି କାର କର୍ମୀ ରୋଜାଲିନ ପ୍ରଧାନ , ରାନୁ ସେଠୀ, ସବିତା ପ୍ରଧାନ , ନଳିନୀ ଖୁଣ୍ଟିଆ ଓ,ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ର କର୍ମକର୍ତ୍ତା ମାନେ କାର୍ଯକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *