ପୁରୀରେ ପୁଣି ଖଜା ଭାଟିରେ ଚଢ଼ାଉ
ପୁରୀରେ ପୁଣି ଖଜା ଭାଟିରେ ଚଢ଼ାଉ ପବିତ୍ର ଶ୍ରୀମନ୍ଦିର ନିକଟସ୍ଥ ଖଜା ଭାଟିଗୁଡ଼ିକରେ ଅସ୍ବାସ୍ଥ୍ୟକର ପରିବେଶକୁ ନେଇ ପୁଣିଥରେ ଚଢ଼ାଉ ଆରମ୍ଭ କରିଛି ପୋଲିସ। ଶ୍ରୀମନ୍ଦିର ନିକଟ କାକୁଡିଖାଇ ଛକରେ ଥିବା ଏକ ଖଜା ଭାଟି ଉପରେ ପୋଲିସ ଆଜି ସକାଳୁ ହଠାତ୍ ରେଡ୍ କରିଛି।ସୂଚନା ଅନୁଯାୟୀ, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଏକ ବିଶେଷ ପୋଲିସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲା। ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖଜା ତିଆରି ହେଉଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ମହାପ୍ରସାଦ ଓ ଶ୍ରୀକ୍ଷେତ୍ରର ନାମ ସହ ଜଡ଼ିତ ଥିବା ଏହି ପ୍ରସିଦ୍ଧ ‘ଖଜା’ ପ୍ରସ୍ତୁତିରେ ସ୍ୱାସ୍ଥ୍ୟକର ପରିବେଶ ଓ ଗୁଣବତ୍ତା ବଜାୟ ରଖିବା ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ରେଡ୍ ପରେ ସ୍ଥାନୀୟ ଖଜା ବ୍ୟବସାୟୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।
