ନାଚଗୀତ ହାସ୍ଯରେ ଦର୍ଶକ ବିଭୋର ଉଦଯାପିତ ହେଲା
ରଜ ମହୋତ୍ସବ ପୁରୀ ଅଫିସ, ୧୭/୬- ଆଧୁନିକ ଯୁଗର ଛାପରେ ଆସ୍ତେ ଆସ୍ତେ ଏହି ରଜ ପର୍ବ ଜନମାନସରେ ଲିଭିବାକୁ ବସିଥିବା ବେଳେ ଏହାକୁ ଉଜ୍ଜୀବିତ କରି ପାରମ୍ପରିକ ଓଡ଼ିଆ ନୀତିରିତୀରେ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ମାର୍କଣ୍ଡେଶ୍ଵର ସାହି ପାଣ୍ଡ ଜାଗାର ସଦସ୍ଯମାନେ ।

ପାଣ୍ଡ ଜାଗା ପକ୍ଷରୁ ୧୦ତମ ରଜ ମହୋତ୍ସବ ୩ଦିନ ଧରି ବୁଢୀମା ତୋଟା ପରିସରରେ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବ ଉତ୍ତୋରତର ଶୁଭକାମନା କରିବା ସହ ଅନୁଷ୍ଠାନର ସମସ୍ତ ସଦସ୍ଯ ମାନଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଟାଉନଥାନା ଆଇଆଇସି ସୁନିଲ କୁମାର ପ୍ରଧାନ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ରଜ ମହୋତ୍ସବ କମିଟିର ସଭାପତି ଭକ୍ତଚରଣ ଦାସ, ସମ୍ପାଦକ ବିଜୟ କୁମାର ସ୍ବାଇଁ,ବାପିନ ଶତପଥୀ ମଞ୍ଚାସିନ ଥିଲେ । ବୁଢୀମାଙ୍କ ତୋଟା ପରିସରରେ ଅନୁଷ୍ଠାନର ସଦସ୍ଯ ସମୀର ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ସଦସ୍ଯ ମାନଙ୍କ ସହଯୋଗରେ ପୁଚି,ଝୋଟି ଦୋଡିଡିଆଁ,ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର, ପିଠା,କବାଡି ଓ ଡ୍ଯାନ୍ସ ପ୍ରତିଯୋଗିତାର କୃତିତ୍ବ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅତିଥିଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ଯ ଆକର୍ଷଣ ଥିଲା ରଜ କୁଇନ୍ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକ ମାନେ ଉତ୍କଣ୍ଠାର ସହ ଅପେକ୍ଷାରତ ରହି ଶେଷରେ ସୋନାଲି ଶ୍ବେତାଲିନା ଦାସ ରଜ କୁଇନ ହୋଇ ମୁକୁଟ ପରିଧାନ କରିଥିଲ । ୟୁଟ୍ଯୁବ ର ହାସ୍ଯ କଳାକାର ରାଜୁଦାସଙ୍କ ହାସ୍ଯ ଅଭିନୟ ଓ କଥାର ଯାଦୁରେ ଦର୍ଶକ ହୋଇଥିଲେ ବିଭୋର । ଦର୍ଶକଙ୍କ କରତାଳିରେ ଉତ୍ସାହିତ ହୋଇଥିଲ କଳାକାର । ଭବେଶ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ । ରଙ୍ଗୀନ ଆଲୋକରେ ଝଲମଲ ହୋଇଥିଲା ବୁଢୀମା ତୋଟା । ଝୁଲୁଥିଲା ୩୦ଟି ଦୋଳି ସେଥିରେ ଝିଅ ଓ ମହିଳାଙ୍କ ଝୁଲିବା ଆନନ୍ଦ କହିଲେ ନସରେ । ପାଣିରେ ବୋଟିଂ କରିବା ପିଲାମାନଙ୍କ ଖୁସି ସହ ପିଲାଙ୍କ ସ୍କ୍ରିଂଙ୍ଗ ଜମ୍ପିଙ୍ଗ ଖେଳ,ବେଲୁନର ଖସଡା ଓ ମିନି ଦୋରାରେ ବସି ଖେଳିବା ଆଦିର ମନୋଭରି ମଜା ଉପଭୋଗ କରିଥିଲେ ଛୋଟ ପିଲାଙ୍କ ଠାରୁ କୁଆଁରୀ ଝିଅ ମାନେ । ବହୁ ଯୁବତୀ ମହିଳା ଓ ବୋହୁମାନେ ଦୋଳି ଖେଳର ମଜା ନେବା ସହ ସେଠାରେ ଦହିବରା, ଚାଟ, ଚାଉମିନ,ପକଡା ମନୋଭରି ଖାଇବା ଦେଖିବାକୁ ମିଳିଥିଲା । ସରବତ, ଲସି, ଥଣ୍ଡା ସହ ଆଇସକ୍ରିମ ମଧ୍ଯ ମନ ଆନନ୍ଦରେ ମଜା ନେଇଥିଲେ । ସବୁଠାରୁ ବେଶ ଆକର୍ଷଣ ଥିଲା ରଜର ମିଠାପାନ । ଏତେ ମିଠା ମସଲା ଦେଖି ଆନନ୍ଦିତ ହେଉଥିଲେ ପାନ ଖାଇବା ଗ୍ରାହକ। ମିଠା ପାନର ବେଶ ଚାହିଦା ଦେଖି ୧୦ ଟଙ୍କା ୨୦ ଟଙ୍କାରେ ଖଣ୍ଡେ ମିଠା ପାନ । ଯିଏ ଆସିଛି ସେ ଖାଇବା ସହ ଘରକୁ ଫେରିଲା ବେଳେ ସାଥିରେ ନେଇଛି । ରଜ ମହୋତ୍ସବର ସାଂଗଠନିକ ସଦସ୍ଯ ସମୀର ସାମନ୍ତରାୟ, ସୁବୋଧ ସୁବୁଦ୍ଧି, ହିମାଳୟ ପାତ୍ର, ନାଗେଶ ରାଉତରାୟ ଓ ସବ୍ୟସାଚୀ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳ ଅନୁଷ୍ଠାନର ବହୁ ସଦସ୍ଯ ମାନେ ସହଯୋଗ କରିଥିଲେ । ହଜାର ହଜାର ଦର୍ଶକଙ୍କ ସମେତ ସାହିବାସିନ୍ଦା, ବନ୍ଧୁ ପରିବାରବର୍ଗ ଓ ସାଙ୍ଗସାଥୀ ମାନେ ରଜ ମହୋତ୍ସବର ମଜା ମଜଲିସ ସହ ନାଚଗୀତର ତାଳେ ତାଳେ ଝଲମଲ ରଙ୍ଗୀନ ଆଲୋକର ଚମକରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଥିଲା । ପାନୀୟଜଳ ଯୋଗାଣ ବ୍ୟବସ୍ଥା ସହ ମଟର ସାଇକେଲ ପାର୍କିଂ ଓ ଲୋକଙ୍କ ପ୍ରବଳ ଭିଡ ନିୟନ୍ତ୍ରଣ ପାଇଁ ସିକ୍ଯୁରିଟ ବ୍ଯବସ୍ଥା ଗ୍ରହଣ କରାରାଇଥିଲା ।
