ପାନ୍ଥ ନିବାସରେ ରଜ ଉତ୍ସବ ପାଳିତ

।ପୁରୀ ୧୪/୬ ସମସ୍ତ ଓଡ଼ିଆ ଙ୍କ ପାଇଁ ରଜ ପର୍ବ ର ମହତ୍ତ୍ୱ ଅବର୍ଣ୍ଣନୀୟ।ରଜ ଆମ ଓଡ଼ିଆ ମାନଙ୍କର ବଡ ପର୍ବ।ଏହି ଦିବସ ରେ ଘରେ ଘରେ ପିଠାପଣା ର ଆସର ଜମିଥାଏ।ଦୋଳି ଖେଳ, କବାଡି ଖେଳ, ଲୁଡୁ,ତାସ ଇତ୍ୟାଦି ଖେଳ ମଧ୍ୟ ଆନନ୍ଦ ଦେଇଥାଏ ଏହି ପର୍ବରେ।ରଜ ଉତ୍ସବ କୁ ଆଜି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପୁରୀ ପକ୍ଷରୁ ପାନ୍ଥଭବନ ଠାରେ ପାଳନ କରାଯାଇଛି।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ଉପଜିଲ୍ଲାପାଳ ଗୋପୀନାଥ କୁଅଁର ପ୍ରମୁଖ ଉତ୍ସବ କୁ ଉଦଘାଟନ କରିଥିଲେ।ପରେ ପାରମ୍ପରିକ ପୋଡ, ମଣ୍ଡା,କାକରା,ଆରିସା ଇତ୍ୟାଦି ପିଠା ସହ ପାନର ବ୍ୟବସ୍ଥା କୁ ମଧ୍ୟ ଅତିଥି ମାନେ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ପାନ୍ଥନିବାସ ପରିଚାଳକ ଚନ୍ଦ୍ରକାନ୍ତ ଦାସ,ଦିଲ୍ଲୀପ ବାରିକ, ବିଶ୍ୱ ରଞ୍ଜନ ପ୍ରତାପସିଂ ,ବଦ୍ରି ଦାଶ, ବ୍ୟାମୋକେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *