ରଘୁନାଥପୁର ବ୍ଲକରେ ନିଯୁକ୍ତି ମେଳା।
ରଘୁନାଥପୁର ତା ୧୦/୧୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମିଶନଶକ୍ତି ସଭାଗୃହ ରେ ବୁଧବାର ଜିଲ୍ଲା ନିୟୋଜିତ କାର୍ଯ୍ୟାଳୟ ଓ ଏସ ଆଇ ଏସ କଟକ ପକ୍ଷରୁ ଶିକ୍ଷିତ ବେକାରୀ ଯୁବକ ମାନଙ୍କ ପାଇଁ ଏକ ସିକ୍ୱୁରିଟ ଗାର୍ଡ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିପାଇଁ ପ୍ରାର୍ଥୀମାନଙ୍କ ବୟହସୀମା ୧୯ରୁ ୪୦ ବର୍ଷ ଓ ସର୍ବନିମ୍ନ ଶିକ୍ଷା ଗତ ଯୋଗ୍ୟତା୧୦ମ ପାସ ହୋଇଥିବା ଆବଶ୍ୟକ ରହିଥିବା ବେଳେ ଏହି ମେଳାରେ ଏସ ଆଇ ଏସ ର ଇନସପେକ୍ଟର ବିଶ୍ବଜିତ ସ୍ଵାଇଁ,ବ୍ଲକ ବିଏଲସି ତ୍ରିନାଥ ପ୍ରସାଦ ଦାସ, ମିନାରାଣୀ ଦାସ,ୱୟଏଲଏମ ଲିପିକା ଶଡଙ୍ଗୀ ଯୋଗଦେଇ ଏହିମେଳାରେ ସିକ୍ୱୁରିଟଗାର୍ଡ ଚୟନକରିଥିଲେ।ଏଥି ପାଇଁ ମୋଟ ୩୫ଜଣ ପ୍ରାର୍ଥୀ ସାକ୍ଷାତ କାରକୁ ଆସିଥିଲେ।ଏଥିମଧ୍ୟ ରୁ ଉଚ୍ଚତା ଓ ଓଜନକୁ ଆଖିଆଗରେ ରଖି ୧୫ଜଣ ପ୍ରାର୍ଥୀ ଙ୍କୁ ମନନିତ କରାଯାଇଥିଲା।ଏହି ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ୧୪ ରୁ ୨୫ ହଜାର ବେତନ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇ ସେମାନଙ୍କୁ ୩ମାସ ଟ୍ରେନିଙ୍ଗ ଦିଆଯାଇ ଟାଟା, ବିର୍ଲା, ନାଲକୋ, ଆୟୋସିଏଲ ଭଳି କମ୍ପାନୀ ରେ ନିଯୁକ୍ତି ଦିଆଯିବ ବୋଲି ଇନ୍ସପେକ୍ଟର ବିଶ୍ବଜିତ ସ୍ଵାଇଁ ପ୍ରକାଶ କରିଥିଲେ।ତେବେ ଏହି ନିଯୁକ୍ତି ସମ୍ପର୍କ ରେ ପ୍ରସାର ପ୍ରଚାର ନଥିବାରୁ ଶିବିରରେ ମାତ୍ର୩୫ ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ।
