ପୁରୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଜିଲ୍ଲା ସ୍କୁଲ, ପୁରୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରୀୟ ସ୍ଲୋଗାନ୍ ଲିଖନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତପୁରୀ, ୧୩ ଅକ୍ଟୋବର ୨୦୨୬ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଏବଂ ଟ୍ରାଫିକ୍ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ସ୍କୁଲଠାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସହ ସ୍ଲୋଗାନ୍ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ଏବଂ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ଯୋଗଦେଇଥିଲେ। ଏଥିରେ ଡିଇଓ ଶ୍ରୀ ଦୀପକ କୁମାର ପାଢ଼ୀ, ଆର୍ଟିଓ ଶ୍ରୀ ଅମିତ କୁମାର ରଣା ଏବଂ ଶ୍ରୀ ଏଲ୍. ବିଜୟରତ୍ନମ୍, ଏସି ହୋମ ଗାର୍ଡ ମଧ୍ୟ ଉପସ୍ଥିତ ଥିଲେ।

ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଟ୍ରାଫିକ୍ ନିୟମ ପାଳନ, ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ଏବଂ ଚାରିଚକିଆ ଯାନରେ ସିଟ୍ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଗାଡ଼ି ନ ଚଳାଇବା ତଥା ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ସଚେତନତା, ଦାୟିତ୍ୱବୋଧ ଓ ସୁରକ୍ଷିତ ଯାତାୟାତର ଅଭ୍ୟାସ ବୃଦ୍ଧି କରିବାକୁ ପ୍ରୟାସ କରାଯାଇଥିଲା।ସୁରକ୍ଷିତ ଯାତ୍ରା, ସୁରକ୍ଷିତ ଜୀବନ — ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
