ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ରୋଡ ସୋ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଆଜି ପ୍ରଚାର ଆରମ୍ଭ କରିଛନ୍ତି । ରମାକାନ୍ତ ଭୋଇଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକ ବିରିଡି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଂଚିବା ପରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ପରେ ଉଭୟ ପ୍ରାର୍ଥୀ ଧ୍ୟାନକୁଦ ପୀଠରେ ମହାପ୍ରଭୁ ଜଗନ୍ନାଥ ଓ କଇଜଙ୍ଗା ସ୍ଥିତ ମା କନକଦୁର୍ଗାଙ୍କ ଦର୍ଶନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏହି ନିର୍ବାଚନୀ ଶୋଭାଯାତ୍ରା କଇଜଙ୍ଗା ଠାରୁ ଆରମ୍ଭ ହୋଇ ହାଜିପୁର, ବିରିଡି, ରଘୁନାଥପୁର, ଜଇପୁର ଦେଇ ଗୋରେଖନାଥ ପୀଠ ରେ ପହଁଚି ଦର୍ଶନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ନିକଟରେ ପହଞ୍ଚି ଥିଲେ । ପରେ ମାଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇ ଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ଥିଲେ ।
