ପ୍ରତିଟି ଫାଟକରେ ସୁରକ୍ଷା

ପ୍ରତିଟି ଫାଟକରେ ସୁରକ୍ଷା: ରେଳଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥର ବ୍ୟାପକ ଅଭିଯାନ ।ଭୁବନେଶ୍ୱର, ୧୯ ଏପ୍ରିଲ, ୨୦୨୬: ବିଗତ ପାଞ୍ଚ ବର୍ଷ ମଧ୍ୟରେ ୩୮୪ଟି ଲେଭଲ୍ କ୍ରସିଂ ଗେଟ୍‌ର ଇଣ୍ଟରଲକିଂ, ୧୩୨ଟି କ୍ରସିଂର ଉଚ୍ଛେଦ, ଏବଂ ୫୧ଟି ରୋଡ ଓ଼ଭରବ୍ରିଜ (ROB) ଓ ୨୪୩ଟି ରୋଡ ଅଣ୍ଡରବ୍ରିଜ (RUB) ନିର୍ମାଣ ମାଧ୍ୟମରେ ପୂର୍ବତଟ ରେଳପଥ ରେଳ ଚଳାଚଳର ଅନ୍ୟତମ ମାରାତ୍ମକ ବିପଦ — ଲେଭଲ୍ କ୍ରସିଂକୁ ସମାପ୍ତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହି ବିପଦର ସମୂଳ ନାଶ ପାଇଁ ପୂର୍ବତଟ ରେଳପଥ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ଇଞ୍ଜିନିୟରିଂର ଏକ ସମନ୍ୱିତ ପ୍ରୟାସ ଜାରି ରଖିଛି ।ରେଳ ନେଟୱାର୍କରେ ଲେଭଲ୍ କ୍ରସିଂର ବିପଦଲେଭଲ୍ କ୍ରସିଂ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ସଡ଼କ ଏବଂ ରେଳ ଧାରଣା ଏକାଠି ମିଳିତ ହୁଅନ୍ତି, ଯାହା ଉଭୟ ଟ୍ରେନ୍ ଏବଂ ସଡ଼କ ଯାନ ଚଳାଚଳ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡରେ ଆଦି ରାଜ୍ୟରେ ବ୍ୟାପିଥିବା ପୂର୍ବତଟ ରେଳପଥର ନେଟୱାର୍କରେ ୬୧୪ଟି ଏଭଳି କ୍ରସିଂ ରହିଛି ।ଗେଟ୍ ପଡ଼ିବା ସତ୍ତ୍ୱେ କିମ୍ବା ସତର୍କ ସୂଚନା ମିଳିବା ପରେ ମଧ୍ୟ ଲୋକଙ୍କ ଅସାବଧାନତା ଯୋଗୁଁ ବିପଦ ଅଧିକ ବଢ଼ିଥାଏ ।ଏହି ସ୍ଥାନରେ ହେଉଥିବା ଦୁର୍ଘଟଣା ଯୋଗୁଁ ଜୀବନହାନି ସହ ରେଳ ସେବା ବାଧାପ୍ରାପ୍ତ ହୁଏ ଏବଂ ରେଳ ସମ୍ପତ୍ତି ନଷ୍ଟ ହୋଇଥାଏ ।ପ୍ରଥମ ସୁରକ୍ଷା ବଳୟ: ଲେଭଲ୍ କ୍ରସିଂ ଗେଟ୍‌ର ଇଣ୍ଟରଲକିଂଯେପର୍ଯ୍ୟନ୍ତ ଏକ ଲେଭଲ୍ କ୍ରସିଂ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହୋଇନାହିଁ, ସେପର୍ଯ୍ୟନ୍ତ ମାନବୀୟ ତ୍ରୁଟି ଦୂର କରିବା ହେଉଛି ସର୍ବୋତ୍ତମ ସୁରକ୍ଷା । ପୂର୍ବତଟ ରେଳପଥ ଏପର୍ଯ୍ୟନ୍ତ ୩୮୪ଟି ଲେଭଲ୍ କ୍ରସିଂ ଗେଟ୍‌କୁ ଇଣ୍ଟରଲକ୍‌ କରିଛି । ଏହି ବୈଷୟିକ ବ୍ୟବସ୍ଥା ଦ୍ୱାରା ଗେଟ୍‌ର କାର୍ଯ୍ୟକଳାପ ସିଧାସଳଖ ଟ୍ରେନ୍ ସିଗନାଲ୍ ସହିତ ଜଡ଼ିତ ରହେ, ଯାହା ମାନବୀୟ ଭୁଲ୍ ହେବାର ସମ୍ଭାବନାକୁ ଦୂର କରିଥାଏ । ଏହାଦ୍ୱାରା ଅସାବଧାନତା ଜନିତ ଦୁର୍ଘଟଣା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି ।ଲେଭଲ୍ କ୍ରସିଂର ସମୂଳ ଉଚ୍ଛେଦଇଣ୍ଟରଲକିଂ ବ୍ୟବସ୍ଥା ଦ୍ୱାରା ବର୍ତ୍ତମାନର ଲେଭଲ୍ କ୍ରସିଂଗୁଡ଼ିକର ସୁରକ୍ଷା ବୃଦ୍ଧି ପାଉଛି, କିନ୍ତୁ ପୂର୍ବତଟ ରେଳପଥ (ECoR) ର ଦୀର୍ଘକାଳୀନ ଲକ୍ଷ୍ୟ ଅଧିକ ମହତ୍ତ୍ଵାକାଂକ୍ଷୀ: ତାହା ହେଉଛି ଲେଭଲ୍ କ୍ରସିଂଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା। କ୍ରସିଂରେ ଦୁର୍ଘଟଣା ବିପଦକୁ ଶୂନ୍ୟ କରିବା ପାଇଁ ଏହାହିଁ ଏକମାତ୍ର ରଣନୀତି। ବିଗତ ପାଞ୍ଚ ବର୍ଷ ମଧ୍ୟରେ, ପୂର୍ବତଟ ରେଳପଥ ନେଟୱାର୍କରୁ ୧୩୨ଟି ଲେଭଲ୍ କ୍ରସିଂ ବନ୍ଦ କରି ଦିଆଯାଇଛି — ଏହି ନିରନ୍ତର ହ୍ରାସ ସୁରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ମାପଯୋଗ୍ୟ ସଫଳତା ଆଣିଦେଇଛି।ସାଧାରଣତଃ ରୋଡ୍ ଓଭର ବ୍ରିଜ୍ (ROB) କିମ୍ବା ରୋଡ୍ ଅଣ୍ଡର ବ୍ରିଜ୍ (RUB) ଭଳି ବିକଳ୍ପ ବ୍ୟବସ୍ଥା ନିର୍ମାଣ ପରେ ଏହି କ୍ରସିଂଗୁଡ଼ିକୁ ବନ୍ଦ କରାଯାଏ, ଯାହା ଫଳରେ ସଡ଼କ ଏବଂ ରେଳ ଚଳାଚଳ ସ୍ଵାଧୀନ ଭାବେ ହୋଇପାରେ। ଥରେ ଏହି କ୍ରସିଂ ଉଚ୍ଛେଦ ହୋଇଗଲେ, ବିପଦ ସ୍ଥାୟୀ ଭାବେ ଦୂର ହୋଇଯାଏ—ସେଠାରେ ଫାଟକ ଖରାପ ହେବାର ଭୟ ରହେ ନାହିଁ, ମାନବୀୟ ନିଷ୍ପତ୍ତି ଉପରେ ନିର୍ଭର କରିବାକୁ ପଡ଼େ ନାହିଁ ଏବଂ ଅସୁରକ୍ଷିତ ଭାବେ କ୍ରସିଂ କରିବାର କୌଣସି ସୁଯୋଗ ରହେ ନାହିଁ।ସୁରକ୍ଷା ବ୍ୟତୀତ, ଏହା ରେଳ ପରିଚାଳନାରେ ମଧ୍ୟ ଉନ୍ନତି ଆଣିଥାଏ। କ୍ରସିଂ ଉଚ୍ଛେଦ ହେବା ଫଳରେ ଟ୍ରେନର ଗତି ବୃଦ୍ଧି ପାଏ, ସମୟାନୁବର୍ତ୍ତିତା ରହେ ଏବଂ ଲାଇନ କ୍ଷମତା ବଢିଥାଏ—ଏହି ସମସ୍ତ ସୁବିଧା ବହୁଳ ଭିଡ଼ ଥିବା କରିଡର ଗୁଡ଼ିକରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ।ରୋଡ୍ ଓଭର ବ୍ରିଜ୍ (ROB): ବିପଦଜନକ ଅଞ୍ଚଳରୁ ଉପର ଦେଇ ଯାତାୟାତପୂର୍ବତଟ ରେଳପଥ (ECoR) ବିଗତ ପାଞ୍ଚ ବର୍ଷ ମଧ୍ୟରେ ସଫଳତାର ସହ ୫୧ଟି ରୋଡ୍ ଓଭର ବ୍ରିଜ୍ (ROB) ନିର୍ମାଣ କରିଛି। ଏହା ବ୍ୟତୀତ, ରେଳବାଇର ନିଜସ୍ୱ ବଜେଟ୍‌ରେ ୨୨୪ଟି ROB ମଞ୍ଜୁର ହୋଇଥିବା ବେଳେ, ଭାରତୀୟ ଜାତୀୟ ରାଜରାସ୍ତା ପ୍ରାଧିକରଣ (NHAI) ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆହୁରି ୧୮ଟି ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନରେ ଅଗ୍ରଗତିରେ ଅଛି। ଏହାମଧ୍ୟରୁ ୭୫ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ (କଣ୍ଟ୍ରାକ୍ଟ) ଜାରି କରାଯାଇଛି ଏବଂ ନିର୍ମାଣ କାମ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି।ଜାତୀୟ ଏବଂ ରାଜ୍ୟ ରାଜପଥ, ସହର ଅଞ୍ଚଳର ମୁଖ୍ୟ ରାସ୍ତା ସହିତ ଭାରୀ ମାଲବାହୀ ଯାତାୟାତ ହେଉଥିବା ଅତ୍ୟଧିକ ଭିଡ଼ ଅଞ୍ଚଳଗୁଡ଼ିକରେ ROB ଗୁଡ଼ିକ ସର୍ବୋତ୍ତମ ଏବଂ ଦୀର୍ଘକାଳୀନ ସମାଧାନ ଭାବେ ପ୍ରମାଣିତ ହେଉଛି।ଅତୀତରେ ROB ନିର୍ମାଣ ପାଇଁ ରେଳବାଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଜଟିଳ ଥିଲା, କାରଣ ଉଭୟ ପକ୍ଷର ଅନୁମୋଦନ ଓ ଆର୍ଥିକ ପ୍ରକ୍ରିୟା ସ୍ୱତନ୍ତ୍ର ଥିଲା। ଏହି ପ୍ରଶାସନିକ ବାଧାକୁ ଦୂର କରିବା ପାଇଁ, ପୂର୍ବତଟ ରେଳପଥ ୯୬ଟି ROB ପ୍ରକଳ୍ପକୁ ୧୦୦% ରେଳ ପାଣ୍ଠି ସହିତ ଏକକ ସଂସ୍ଥା ପରିଚାଳନା ମଡେଲକୁ ପରିବର୍ତ୍ତନ କରିଛି। ଓଡ଼ିଶା ସରକାରଙ୍କ ଅକ୍ଟୋବର ୨୦୨୫ ର ଆନୁଷ୍ଠାନିକ ଅନୁରୋଧ ଅନୁସାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।ରୋଡ ଅଣ୍ଡରବ୍ରିଜ (Road Under Bridges): ନିରାପତ୍ତା ପାଇଁ ଟ୍ରାକ୍ ତଳେ ଟନେଲ୍ ନିର୍ମାଣପୂର୍ବତଟ ରେଳପଥ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୪୩ଟି ଆର.ୟୁ.ବି (RUB) ନିର୍ମାଣ କରିଛି, ଯାହାକି ଏହି ନେଟୱାର୍କରେ ସଂଖ୍ୟା ଦୃଷ୍ଟିରୁ ସବୁଠାରୁ ଅଧିକ ବ୍ୟବହୃତ ଗ୍ରେଡ୍-ସେପାରେଟେଡ୍ କ୍ରସିଂ। ସେଥିମଧ୍ୟରୁ ବିଶେଷ କରି ଲେଭଲ୍ କ୍ରସିଂଗୁଡ଼ିକର ବିକଳ୍ପ ଭାବରେ ୧୬୨ଟି ରୋଡ ଅଣ୍ଡରବ୍ରିଜ ମଞ୍ଜୁର କରାଯାଇଥିବା ବେଳେ, ଅନଧିକୃତ ଭାବେ ରେଳ ଧାରଣା ପାର ହେଉଥିବା ବିପଜ୍ଜନକ ସ୍ଥାନଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଧୀନରେ ଆଉ ୪୪ଟି ରୋଡ ଅଣ୍ଡରବ୍ରିଜ ମଞ୍ଜୁର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୭୦ଟି ଚୁକ୍ତିନାମା ପ୍ରଦାନ କରାସରିଛି।ଅନଧିକୃତ ପ୍ରବେଶକୁ ରୋକିବା ପାଇଁ ନିର୍ମିତ ଏହି ରୋଡ ଅଣ୍ଡରବ୍ରିଜ ଗୁଡ଼ିକ ବିଶେଷ ଉଲ୍ଲେଖଯୋଗ୍ୟ। ଅନେକ ସ୍ଥାନରେ ଔପଚାରିକ କ୍ରସିଂ ନଥିବାରୁ ପଥଚାରୀମାନେ ଅନିୟନ୍ତ୍ରିତ ଭାବେ ରେଳ ଧାରଣା ପାର ହୋଇଥାନ୍ତି, ଯାହା ସୁରକ୍ଷା ପାଇଁ ବିପଦ ସୃଷ୍ଟି କରେ। ଏକ ନିରାପଦ ତଥା ଆଇନଗତ ଅଣ୍ଡରପାସ ପ୍ରଦାନ କରି ପୂର୍ବତଟ ରେଳପଥ ଅନଧିକୃତ ପାରାପାର ହେବାର ସମ୍ଭାବନାକୁ ଦୂର କରିବା ସହ ରେଳ ଏବଂ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାରେ ଉନ୍ନତି ଆଣୁଛି।ମିଳିତ ପ୍ରଭାବ: ଦୁର୍ଘଟଣାରେ ଏକ ମାପଯୋଗ୍ୟ ହ୍ରାସତିନିମୁଖୀ କୌଶଳ — ଯେଉଁଠାରେ ଲେଭେଲ୍ କ୍ରସିଂ ଅପସାରଣ ସମ୍ଭବ ନୁହେଁ ସେଠାରେ ଇଣ୍ଟରଲକିଂ ବ୍ୟବସ୍ଥା, ଯେଉଁଠାରେ ଗ୍ରେଡ୍-ସେପାରେଟେଡ୍ ବିକଳ୍ପ ଉପଲବ୍ଧ ସେଠାରେ କ୍ରସିଂ ବନ୍ଦ କରାଯିବା, ଏବଂ ସେହି ବିକଳ୍ପଗୁଡ଼ିକର ତ୍ୱରିତ ନିର୍ମାଣ — ଏହାର ସଂଯୁକ୍ତ ପ୍ରଭାବରେ ବର୍ଷକ୍ରମେ ଲେଭେଲ୍ କ୍ରସିଂ ଦୁର୍ଘଟଣାରେ ଲକ୍ଷଣୀୟ ହ୍ରାସ ଦେଖାଯାଇଛି ବୋଲି ରେଳ ଅଧିକାରୀମାନେ ମତ ବ୍ୟକ୍ତ କରିଛନ୍ତି ।ଏହାର ମୂଳ ତତ୍ତ୍ୱ ସରଳ — ଗେଟ୍ ବିହୀନ କ୍ରସିଂ କମିଲେ ମାନବୀୟ ତ୍ରୁଟିର ସମ୍ଭାବନା କମିଥାଏ; ସମୁଦାୟ ଲେଭେଲ୍ କ୍ରସିଂ ସଂଖ୍ୟା କମିଲେ ଦୁର୍ଘଟଣାର ସମ୍ଭାବନା ହ୍ରାସ ପାଏ; ଏବଂ ଗ୍ରେଡ୍ ସେପାରେସନ୍ ହେଲେ ସେହି ସ୍ଥାନଗୁଡ଼ିକରେ ସଂଘର୍ଷର ସମ୍ଭାବନା ପୂର୍ଣ୍ଣରୂପେ ନଷ୍ଟ ହୋଇଯାଏ।ପୂର୍ବତଟ ରେଳପଥ (ECoR) ‘ଫାଟକ୍-ମୁକ୍ତ’ ନେଟୱର୍କ ଗଠନ କରିବାକୁ, ଅର୍ଥାତ୍ ଶୂନ୍ୟ ଲେଭେଲ୍ କ୍ରସିଂ ଦୁର୍ଘଟଣା ହାସଲ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ବର୍ତ୍ତମାନ ୬୧୪ଟି କ୍ରସିଂ ଅବଶିଷ୍ଟ ରହିଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ, ଯାହା ପାଇଁ ତ୍ୱରିତ ଗତିରେ ନିର୍ମାଣ କାର୍ଯ୍ୟ ଆବଶ୍ୟକ।ରୋଡ୍ ଓଭର ବ୍ରିଜ୍ (ROB)/ ରୋଡ ଅଣ୍ଡରବ୍ରିଜ (RUB) ନିର୍ମାଣ ଏବଂ ଲେଭେଲ୍ କ୍ରସିଂ (LC) ଗୁଡ଼ିକର ଇଣ୍ଟରଲକିଂ ବ୍ୟବସ୍ଥା ରେଳ-ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରୁଛି।

Leave a Reply

Your email address will not be published. Required fields are marked *