ପୁରୀ ରେ ସାହିଯାତ ର ଶୁଭାରମ୍ଭ

।ପୁରୀ ୧୭/୪ ଶ୍ରୀରାମ ନବମୀ ତିଥିରେ ଆରମ୍ଭ ହେଲା ପୁରୀର ପାରମ୍ପରିକ ସହିଯାତ। ସାହିଜାତ ର ପ୍ରଥମ ଦିବସରେ କାଳିକା ଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପାଳିତ ହୋଇଛି।ଏହି ଅବସରରେ ଶ୍ରୀ ରାମ, ଲକ୍ଷ୍ମଣ, ଭରତ,ଶତ୍ରୁଘ୍ନ,ଋଷ୍ୟଶୃଙ୍ଗ ଆଦି ଚରିତ୍ର ମାନେ ସାହିରୁ ବାହାରି ପ୍ରଥମେ ମା ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ।ପରେ ଏହି ଚରିତ୍ର ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀରାମ ଜନ୍ମ ନୀତିରେ ସାମିଲ ହୋଇଥିଲେ।

ସେଠାରୁ ଚରୁଅନ୍ନ ଆଣି ମାଆ ଦକ୍ଷିଣ କାଳୀ ଙ୍କୁ ଅର୍ପଣ କରାଯିବା ପରେ ରାମ ଲକ୍ଷ୍ମଣ ଚରିତ୍ର ମାନେ ବନ୍ଧୁ ସାହି ମଟିମଣ୍ଡପ ସାହି ପରିକ୍ରମା କରିଥିଲେ।ନାଗା,ନବସିରା ସହିତ ବିଭିନ୍ନ ମେଢ଼ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲା।ଆଠ ସାହି ଆଖଡ଼ା ର ମୂରବୀ ମାନେ ଏହି ସହିଯାତ ରେ ସାମଲ ହୋଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ ପି ପିନାକ ମିଶ୍ର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଟାଉନ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ, ସିଂହ ଦ୍ଵାର ଥାନା ଅଧିକାରୀ ଶ୍ୱେତ ପଦ୍ମା ଦାସ ପ୍ରମୁଖ ଯୋଗ ଦେଇଥିଲେ।କାଲିକା ଦେବୀ ସାହି ଆଖଡ଼ା ର ସଭାପତି ଲକ୍ଷ୍ମୀକାନ୍ତ ରଥ,ସମ୍ପାଦକ ପ୍ରଫୁଲ୍ଲ ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଆଠସାହି ସମ୍ପାଦକ ତଳଛୁ ନୀଳକଣ୍ଠ ମହାପାତ୍ର, ସଂଯୋଜକ ନରେନ୍ଦ୍ର ମହାନ୍ତି, ସହ ସମ୍ପାଦକ ଚକ୍ରଧର ମହାପାତ୍ର, ହରଚଣ୍ଡୀ ସାହିର ସହ ସମ୍ପାଦକ ନାରୟଣ କୋଠରୀ, କୁଣ୍ଢେଇ ବେଣ୍ଟ ସାହିର ସଭାପତି ସାହିନାୟକ ନାରାୟଣ ମହାପାତ୍ର, ସମ୍ପାଦକ ଜଗନ୍ନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *