ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଫଳତା

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସରକାରଙ୍କ ତରଫରୁ ଅନୁଷ୍ଠିତ ହୋଇଥିବା ୨୦୨୫-୨୬ ର ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ଚିକିଟୀ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି। ପି ଏମ୍ ଶ୍ରୀ ପାଟିସୁନାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୌଦ୍ଧିକ ବାଧକ ଛାତ୍ରୀ କେ. ଲକ୍ଷ୍ମୀ, ମୁକ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ବୌଦ୍ଧିକ ବାଧକ ଛାତ୍ର କେଦାର ନାଥ ବେହେରା, ବାରାହୀ ବିଦ୍ୟାପୀଠ, କଳବାଡର ସ୍ୱଳ୍ପ ଦୃଷ୍ଟି ବାଧିତ ଛାତ୍ର ଶିବରାମ ସାହୁ, ନୂଆପଡ଼ା ଉଚ୍ଚ ବିଦ୍ୟାଳୟର ଶ୍ରବଣ ବାଧିତ ଛାତ୍ରୀ ରଞ୍ଜିତା ନାୟକ ଓ ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ ଛାତ୍ର ଆକାଶ ପ୍ରଧାନ, ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିଶୋଲାର ଚଳନ ଶକ୍ତି ବାଧିତ ଛାତ୍ର ବାବୁଲ ଦାସ, ଓ. ଏସ. ଜି. ଟି. ଆର୍ ହାଇସ୍କୁଲ, ବାହିନୀପତି ର ଚଳନ ଶକ୍ତି ବାଧିତ ଛାତ୍ର ଆଦିତ୍ୟ ସାହୁ ଏହିଭଳି ମୋଟ ୧୧ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି। ସେମାନଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବି.ଆର୍.ସି.ସି, ସି. ଆର୍.ସି.ସି, ଗୋଷ୍ଠୀ ସମ୍ବଳ ଶିକ୍ଷକ ତଥା ଅନ୍ତର୍ନିବେଶି ଶିକ୍ଷା ସ୍ଵେଚ୍ଛାସେବୀ ଗଣ ଖୁସି ବ୍ୟକ୍ତ କରିବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି। ଜୀବନରେ ଆହୁରି ଉଚ୍ଚ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରି ଏହି ଅଞ୍ଚଳର ମାନ ସମ୍ମାନ ବୃଦ୍ଧି କରିବା ଆଶା ରଖିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *