ନିର୍ବାଚନୀ ସାକ୍ଷରତା କ୍ଲବ୍ (ELC) ଗଠନ ଓ ପଞ୍ଜୀକରଣ ନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*
ଯୁବ ଓ ପ୍ରଥମ ଥର ମତଦାତାଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରସାର ଉପରେ ଗୁରୁତ୍ୱ**ଆନନ୍ଦପୁର: -ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ସାକ୍ଷରତା କ୍ଲବ୍ (Electoral Literacy Club-ELC) ଗଠନ ଓ ପଞ୍ଜୀକରଣ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପଜିଲ୍ଲାପାଳ ଶ୍ରୀ ନୀଳମାଧବ ସୁନା, OAS (SB)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନିର୍ବାଚନୀ ସାକ୍ଷରତା କ୍ଲବ୍ର ଗଠନ, ପଞ୍ଜୀକରଣ ପ୍ରକ୍ରିୟା ଏବଂ ଏହାର ସୁଚାରୁ ଓ ପ୍ରଭାବଶାଳୀ ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତିମୂଳକ କାର୍ଯ୍ୟ ଓ ରଣନୀତି ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଯୁବ ଓ ପ୍ରଥମ ଥର ମତଦାତାଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି, ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରସାର ଏବଂ ମତଦାନ ପ୍ରକ୍ରିୟାରେ ସକ୍ରିୟ ଓ ସଚେତନ ଅଂଶଗ୍ରହଣକୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ସୃଷ୍ଟି ନିମନ୍ତେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ନଭେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ସ୍ତରରେ ଏବଂ ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୨୧-ଘସିପୁରା ଓ ୨୨-ଆନନ୍ଦପୁର (ଏସ୍ସି) ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ଆୟୋଜିତ ହେବ।ବୈଠକରେ ଡେପୁଟି କଲେକ୍ଟର ଶ୍ରୀ ସୌରଭ କୁମାର ରଞ୍ଜିତ ଏବଂ ସହକାରୀ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀମତୀ ବନଜା ପାତ୍ର ଉପସ୍ଥିତ ଥିଲେ।ଏହି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ି ଓ ନୂତନ ମତଦାତାଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି ସହ ଏକ ସୁଦୃଢ଼, ସଚେତନ ଓ ଅଂଶଗ୍ରହଣମୂଳକ ଗଣତନ୍ତ୍ର ଗଠନର ଲକ୍ଷ୍ୟ ରଖାଯାଇଛି।
