ବେଆଇନ ବ୍ରାଉନ ସୁଗାର ବିକ୍ରି

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେଞ୍ଚୁରିୟାନ ବିଶ୍ବବିଦ୍ୟାଳୟ ରାସ୍ତା ନିକଟରେ ଅତର୍କିତ ଚଢଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ମୋଟ ୨୦.୬୦ ଗ୍ରାମ ଓଜନର ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ, ୪ ଟି ଦୁଚକିଆ ଯାନ ଏବଂ ୧,୬୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ବ୍ରାଉନସୁଗାରକୁ ସାମନ୍ତରାୟପୁର ଗ୍ରାମର ମିନା ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ସଂଗ୍ରହ କରି ଆଣିଥିବା ବେଳେ, ଏହି ବ୍ୟବସାୟ ସେମାନେ ଦୀର୍ଘ ଦିନ ହେବ କରିଆସୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରୟ ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଦିପୁନା ବେହେରା ଓ ସର୍ବେଶ୍ଵର ବେହେରା ,ଗୁରୁଜଙ୍ଗ,ଖୋର୍ଦ୍ଧା,ସଦାଶିବ ନାୟକ ଓ ମନୋଜ ବେହେରା,ସାମନ୍ତରାୟ ପୂର୍,ଖୋର୍ଦ୍ଧା ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

Leave a Reply

Your email address will not be published. Required fields are marked *