ଆଳୀୟ ଖଣ୍ଡାୟତ ସମାଜ ର ଅପୁରଣୀୟ କ୍ଷତି
କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ର ଇଂରେଜି ଅଧ୍ୟାପକ ତଥା ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ପୂର୍ବତନ ନାଟେଙ୍ଗା ମଣ୍ଡଳ ସମ୍ପାଦକ ଶ୍ରୀ ଯୁକ୍ତ ରାମଚନ୍ଦ୍ର ମାହାନ୍ତି ଙ୍କ ୪/୯/୨୪ ନିଜ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଲା। ଯିଏକି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ପାଇଁ ଯେପରି ଉଦାର ଥିଲେ ଠିକ୍ ସେହିପରି ଆମର ଖଣ୍ଡାୟତ ସମାଜ ର ଜଣେ ବରପୁତ୍ର ଥିଲେ, ଏହି ଦୁଃଖଦ ସମୟରେ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି, ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ବରଗାଁ ମଣ୍ଡଳ ସଭାପତି ଶ୍ରୀ କାଳୁ ଚରଣ ପ୍ରଧାନ, ବରଗାଁ ମଣ୍ଡଳ ସଂଗଠନ ସମ୍ପାଦକ ଶ୍ରୀ ସରୋଜ କୁମାର ଭଞ୍ଜ, କେନ୍ଦ୍ର ସଦସ୍ୟ ଭଗବାନ ମାହାନ୍ତି, ପ୍ରଶ୍ନ ବିଶ୍ବାଳ,ବରିଷ୍ଠ ସଂଗଠକ କିଶୋର ଚନ୍ଦ୍ର ନାହାକ, ପ୍ରଭାକର ଜେନା, କୁଞ୍ଜ ନାୟକ, ଆଇନଜୀବୀ ବିଦେଶୀ ନାହାକ ସମତେ ବହୁ କର୍ମ କର୍ତ୍ତା ଗହଣ ରେ ବିରାଟ ଶୋଭାଯାତ୍ରାରେ କଲେଜ ପରିଶରରୁଆରମ୍ଭ କରି ନିଜ ଗ୍ରାମ କରାଗାଡିଆ ଶ୍ମଶାନ ଘାଟ ଯାଏଁ ପରିକ୍ରମା କରିତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।
