ସେବା ଓ ସଂଗ୍ରାମ ହିଁ ଛାତ୍ରଛାତ୍ରୀଙ୍କର ଜୀବନର ମୁଖ୍ୟ ମାର୍ଗ
ସେବା ଓ ସଂଗ୍ରାମ ହିଁ ଛାତ୍ରଛାତ୍ରୀଙ୍କର ଜୀବନର ମୁଖ୍ୟ ମାର୍ଗ lଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ ଅଧ୍ୟକ୍ଷ୍l ଡ଼. ମୀରାରାଣୀ ଖଣ୍ଡୁଆଳ ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସେବା ହିଁ ଜୀବନର ଲକ୍ଷ୍ୟ ହେବା ଦରକାର ବୋଲି ଉଚିତ ବୋଲି କହିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ଆଧ୍ୟାପକ ଡ଼.ବଳରାମ ଦାଶ ସ୍ୱାଗତ ଭାଷଣ ଦେଇ କହିଲେ,NSS ର ମୂଳ ଲକ୍ଷ୍ୟ ଓ ଉଦେଶ୍ୟ ହେଉଛି ସେବା ଓ ସଂଗ୍ରାମ l ମଣିଷ ଜୀବନ Krwa କର୍ମ ମୟ କଠିନ ସଂଗ୍ରାମ କଲେ ହିଁ ସଫଳ ତା ମିଳେ ବୋଲି ମତ ବ୍ୟକ୍ତ କରିଥିଲେ l ମୁଖ୍ୟ ଅତିଥି ରୁପେ ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ ମହାତ୍ମା ଗାନ୍ଧୀ ଜୀବନଦର୍ଶନ ର ମୂଲ୍ୟ ବୋଧ ସେବା ଓ ସଂଗ୍ରାମ ଉପରେ ପ୍ରତିଷ୍ଠିତ ସହ ସେବାହିଁ ସାର୍ଥକ ଜୀବନ ବୋଲି ରାତିପାଦନ କରିଥିଲେ l ସମ୍ମାନିତ ଅତିଥି ରୁପେ ଆଧ୍ୟାପକ ଦୟାନିଧି ପଣ୍ଡା ଯୋଗଦେଇଥିଲେ l ଡ଼. ଶ୍ରୀନିବାସ ସାହୁ ଧନ୍ୟବାଦ ଦେଇଥିଲେ l ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ରେ ସମୁଦ୍ର କୁଳ ସଫେଇ କାର୍ଯ୍ୟକ୍ରମ.କରାଯିବ ବୋଲି ସଭାରେ ସ୍ଥିର କରଗଲା l
