ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭର ଯୁବକର ମୃତ୍ୟୁ। ଦୁଇଜଣ ଗୁରୁତର

ଫୁଲବାଣୀ:-୧୩/୦୭ଆଜି ସକାଳ ୭ ଘଣ୍ଟା ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିଟକସ୍ଥ ଭୋଗରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଆଜି ସକାଳ ୭ ଘଣ୍ଟା ସମୟରେ ଫୁଲବାଣୀ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଓଡ଼ି ୧୨ ଡି ୦୯୩୩ ଏକ ଧଳା ରଙ୍ଗର ସୁଇଫ୍ଟ ଡିଯାଇର କାର ଟି ଭାରସାମ୍ୟ ହରାଇ ଦଶପଲା ଥାନା ଅନ୍ତର୍ଗତ ଭୋଗରା ନିକଟରେ ଏକ କଦମ୍ବ ଗଛକୁ ଧକ୍କା ହେବାରୁ ଘଟଣା ସ୍ଥଳରେ ଡ୍ରାଇଭର ର ମୃତ୍ୟୁ ହୋଇଥିବା ଜଣାପଡିଛି। ଗାଡି ରେ ବସି ଥିବା ଅନ୍ୟ ଦୁଇ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଥିବା ବେଳେ ଦୁର୍ଘଟଣା ର ଖବର ପାଇ ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ଦୁଇ ଜଣ ଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲା । ପୋଲିସ ଘଟଣା ସ୍ଥଳରୁ ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମୃତ ଯୁବକ ର ନାମ ସିଦ୍ଧାନ୍ତ ନାୟକ ୨୨ ଅନ୍ୟ ଆହତ ବ୍ୟକ୍ତି ଦୁଇ ଜଣ ହେଲେ ସରୋଜନନ୍ଦ ପଟ୍ଟନାୟକ ୪୦, ଅଶ୍ୱିନୀ ମହାରଣା ୨୩ ସମସ୍ତ ବ୍ୟକ୍ତି ଫୁଲବାଣୀ ର ବୋଲି ସୂଚନା ମିଳିଥିବା ବେଳେ ମୃତ ଯୁବକ ଜଣକ ନିଜେ ଗାଡିର ମାଲିକ ସେ ଗାଡି ଚଳାଇ ଆସୁଥିଲେ । ଡ୍ରାଇଭର ଘର ଫୁଲବାଣୀ କେନ୍ଦୁପଦର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *