ସଞ୍ଚାର ସାଥୀ ଆପ୍ ସଂପର୍କରେ ସ୍ଥିତି ସ୍ପଷ୍ଟ କଲେ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ସଞ୍ଚାର ସାଥୀ ଆପ୍ ସଂପର୍କରେ ସ୍ଥିତି ସ୍ପଷ୍ଟ କଲେ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ୟୁଜରମାନେ ଯେକୌଣସି ସମୟରେ ଆପ୍ ଡିଲିଟ୍ କରିପାରିବେ, ସ୍ବେଚ୍ଛାକୃତ ପଞ୍ଜୀକରଣ ପରେ ହିଁ ଆପ୍ ଆକ୍ଟିଭେଟ୍ ହେବ : ଶ୍ରୀ ସିନ୍ଧିଆସଞ୍ଚାର ସାଥୀ ପର୍ଯ୍ୟବେକ୍ଷଣ ନୁହେଁ, ଜନଭାଗିଦାରୀ ଉପରେ ଆଧାରିତ ନାଗରିକ ସୁରକ୍ଷା ଉପକରଣ: ଶ୍ରୀ ସିନ୍ଧିଆକେନ୍ଦ୍ର ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସଞ୍ଚାର ସାଥୀ ଆପ୍‌କୁ ନେଇ ଉଠିଥିବା ସନ୍ଦେହ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଆପ୍ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଏବଂ ଗଣତାନ୍ତ୍ରିକ। ମନ୍ତ୍ରୀଙ୍କ କହିବା ଅନୁସାରେ, ବ୍ୟବହାରକାରୀମାନେ ନିଜ ଇଚ୍ଛା ଅନୁଯାୟୀ ଆପଟିକୁ ଆକ୍ଟିଭେଟ୍ କରିପାରିବେ ଏବଂ ଯଦି ଚାହିଁବେ, ଯେକୌଣସି ସମୟରେ ନିଜ ଡିଭାଇସରୁ ଡିଲିଟ୍ ମଧ୍ୟ କରିପାରିବେ। ସେ ସ୍ପଷ୍ଟ କରିଛନ୍ତି ଯେ, ସଞ୍ଚାର ସାଥୀ ଆପ୍‌ର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀଙ୍କ ସୁବିଧା ବଢ଼ାଇବା, କୌଣସି ପ୍ରକାରର ବାଧ୍ୟତା ନୁହେଁ।ଏକ ନାଗରିକ-କ୍ରୈନ୍ଦ୍ରିକ ଏବଂ ସମ୍ପୂର୍ଣ୍ଣ ଗୋପନୀୟତା-ସୁରକ୍ଷିତ ପ୍ଲାଟଫର୍ମଶ୍ରୀ ସିନ୍ଧିଆ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ମୋବାଇଲ ବ୍ୟବହାରକାରୀଙ୍କୁ ସଶକ୍ତ କରିବା ପାଇଁ ସଞ୍ଚାର ସାଥୀକୁ ଡିଜାଇନ କରାଯାଇଛି। । ଉଭୟ ସଞ୍ଚାର ସାଥୀ ଆପ୍ ଓ ପୋର୍ଟାଲରେ ଥିବା ସ୍ବଚ୍ଛ ଓ ସହଜ ବ୍ୟବହାରଯୋଗ୍ୟ ଉପକରଣଗୁଡ଼ିକ ମାଧ୍ୟମରେ ନାଗରିକମାନେ ନିଜକୁ ସୁରକ୍ଷିତ କରିପାରିବେ । ଜନ ଭାଗିଦାରୀ ଦିଗରେ ଏହା ଏକ ବଡ଼ ପଦକ୍ଷେପ, ଯେଉଁଠାରେ ନାଗରିକମାନେ ନିଜର ଡିଜିଟାଲ ଇକୋସିଷ୍ଟମକୁ ସୁରକ୍ଷିତ କରିବା ଦିଗରେ ସକ୍ରିୟଭାବେ ଅଂଶଗ୍ରହଣ କରିପାରିବେ । ସଞ୍ଚାର ସାଥୀର ପ୍ରଭାବ ଏବଂ ମାପଯୋଗ୍ୟ ଫଳାଫଳଉନ୍ମୋଚନ ପରଠାରୁ, ସଞ୍ଚାର ସାଥୀ ପ୍ରଭାବଶାଳୀ ଫଳାଫଳ ପ୍ରଦାନ କରିଛି:୨୧.୫ କୋଟିରୁ ଅଧିକ ପୋର୍ଟାଲ୍ ଭିଜିଟ୍ ୧.୪ କୋଟିରୁ ଅଧିକ ଆପ୍ ଡାଉନଲୋଡ୍ନାଗରିକଙ୍କ ଦ୍ୱାରା “ନଟ୍ ମାଇ ନମ୍ବର” ବିକଳ୍ପ ଚୟନ କରି ୧.୪୩ କୋଟିରୁ ଅଧିକ ମୋବାଇଲ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି୨୬ ଲକ୍ଷ ହଜିଯାଇଥିବା/ଚୋରି ହୋଇଥିବା ମୋବାଇଲ୍ ଫୋନକୁ ଠାବ କରାଯାଇଛି, ଯାହା ମଧ୍ୟରୁ ୭.୨୩ ଲକ୍ଷ ମୋବାଇଲକୁ ସଫଳତାର ସହ ଫେରସ୍ତ କରାଯାଇଛି ନାଗରିକ ରିପୋର୍ଟ ଆଧାରରେ ୪୦.୯୬ ଲକ୍ଷ ଜାଲ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି୬.୨ ଲକ୍ଷ ଠକେଇ ସମ୍ବନ୍ଧୀୟ ଆଇଏମ୍ଇଆଇ ଅବରୋଧ କରାଯାଇଛିଆର୍ଥିକ ଠକେଇ ବିପଦ ସୂଚକ (ଏଫ୍ଆରଆଇ) ମାଧ୍ୟମରେ ୪୭୫ କୋଟି ଟଙ୍କାର ସମ୍ଭାବ୍ୟ ଆର୍ଥିକ କ୍ଷତିକୁ ରୋକାଯାଇଛି।ସାଇବର ସୁରକ୍ଷା ହେଉଛି ସଞ୍ଚାର ସାଥୀର ମୂଳ ଲକ୍ଷ୍ୟସଞ୍ଚାର ସାଥୀ ଆପ୍‌ରେ ଥିବା ‘କଲ୍ ଲଗ୍’ ବୈଶିଷ୍ଟ୍ୟ ମାଧ୍ୟମରେ ନାଗରିକମାନେ ଯେକୌଣସି ସନ୍ଦିଗ୍ଧ ନମ୍ବର ବିରୋଧରେ ସହଜରେ ଅଭିଯୋଗ ଦାଖଲ କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ବ୍ୟବହାରକାରୀମାନେ ନିଜକୁ ଏବଂ ଅନ୍ୟମାନଙ୍କୁ ସମ୍ଭାବ୍ୟ ଠକେଇ ମାମଲାରୁ ସତର୍କ ଓ ସୁରକ୍ଷିତ ରଖିପାରିବେ। ଶ୍ରୀ ସିନ୍ଧିଆ କହିଛନ୍ତି ଯେ, ଡିଜିଟାଲ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ ସ୍ପଷ୍ଟ କରିଛନ୍ତି, ସଞ୍ଚାର ସାଥୀ ଏକ ସ୍ୱେଚ୍ଛାକୃତ, ୟୁଜର-କେନ୍ଦ୍ରିକ ଓ ସ୍ୱଚ୍ଛ ଆପ୍, ଯାହା ଦେଶର ମୋବାଇଲ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ନିର୍ମିତ। ଏହି ଆପର ବ୍ୟବହାର ପୂର୍ଣ୍ଣ ଭାବରେ ନାଗରିକଙ୍କ ନିୟନ୍ତ୍ରଣରେ, ଏବଂ ଗୋପନୀୟତାକୁ କେବେ ମଧ୍ୟ ଲଂଘନ କରେନି। ବ୍ୟବହାରକାରୀ ନିଜ ଇଚ୍ଛା ଅନୁଯାୟୀ ଆପ୍‌କୁ ଆକ୍ଟିଭେଟ କରିବା କିମ୍ବା ଡିଲିଟ୍ କରିବାର ସୁବିଧା ରଖନ୍ତି।

Leave a Reply

Your email address will not be published. Required fields are marked *