ପୁରୀ ପୋଲିସର ଅନବରତ ପ୍ରୟାସରେ ସାମାଜିକ ବହିଷ୍କାର ଅବସାନ

ତାରିଖ: ୨୧.୦୬.୨୦୨୬ପୁରୀ ପୋଲିସର ଅନବରତ ପ୍ରୟାସରେ ସାମାଜିକ ବହିଷ୍କାର ଅବସାନ : ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକଙ୍କ ସଫଳ ସାମାଜିକ ପୁନର୍ବାସ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଧୀନସ୍ଥ ନନ୍ଦଳା ଗ୍ରାମର ବାସିନ୍ଦା ଶ୍ରୀ ବିଶ୍ୱରଞ୍ଜନ ନାୟକଙ୍କୁ ଆଜି ତାଙ୍କ ଗ୍ରାମ ସମୁଦାୟ ସହ ସଫଳତାର ସହିତ ପୁନଃ ଏକୀକୃତ କରାଯାଇଛି। ଦୀର୍ଘଦିନ ଧରି ଚାଲିଆସୁଥିବା ସାମାଜିକ ବାସନ୍ଦର ଅବସାନ ଘଟାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କନିର୍ଦେଶ କ୍ରମେ କୃଷ୍ଣପ୍ରସାଦ ପୋଲିସ ନିରନ୍ତର ଉଦ୍ୟମ କରିଆସୁଥିଲାଏବଂ ଗ୍ରାମର ବୁଦ୍ଧିଜୀବୀ, ମୁରବୀ ଓ ସାଧାରଣ ଲୋକଙ୍କ ସହଯୋଗ କରିଥିଲେ ଏହି ଅବସରରେ ଗ୍ରାମର ସଭାପତି ଧ୍ରୁବ ଚରଣ ପ୍ରଧାନ, ସମ୍ପାଦକ ଛଇଳ ନାୟକ ଓ ବରିଷ୍ଠ ମୁରବୀମାନଙ୍କୁ ସାମାଜିକ ସହାବସ୍ଥାନ ଏବଂ ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବାରେ ସେମାନଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ପୁରୀ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପୁରୀ ପୋଲିସ ବିଶ୍ୱାସ କରେ ଯେ, ନନ୍ଦଳା ଗ୍ରାମର ଏହି ଉଦାହରଣ ସାମାଜିକ ବାସନ୍ଦ ଭଳି କୁପ୍ରଥା ବିରୋଧରେ ଏକ ସକାରାତ୍ମକ ବାର୍ତା ପ୍ରଦାନ କରିବ ଏବଂ ଅନ୍ୟ ଗ୍ରାମମାନଙ୍କୁ ମଧ୍ୟ ମାନବିକତା, ସହନଶୀଳତା ଓ ସାମାଜିକ ସମାବେଶର ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେବ।“ସାମାଜିକ ବହିଷ୍କାର ନୁହେଁ, ସାମାଜିକ ସମାବେଶ ହିଁ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜର ପରିଚୟ।”– ପୁରୀ ପୋଲିସ

Leave a Reply

Your email address will not be published. Required fields are marked *