ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ
ସାନଖେମୁଣ୍ଡି, ୬/୦୯/୨୬ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମ ପଞ୍ଚାୟତବାସୀ ଙ୍କ ଦୀର୍ଘଦିନର ଅନୁରୋଧ କୁ ପରିଦର୍ଶନରେ ଆସିଥିଲେ ଗଞ୍ଜାମ ଜିଲ୍ଲାପାଳ । ସୁଚନାପ୍ରକାରେ ଉଚ୍ଚତମ ପର୍ବତ ଶିଖରରେ ଅବସ୍ଥିତ ମା ସାତଭଉଣୀ ପୀଠ ଙ୍କୁ ପଯ୍ୟଟନ ସ୍ଥଳୀ ଭାବେ ଉନ୍ନତି କରିବାକୁ ବହୁବାର ଅନୁରୋଧ କରୁଥିଲେ ପଟିଗୁଡା ପଞ୍ଚାୟତବାସୀ । ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର ମିଶ୍ର ଙ୍କ ସହଯୋଗରେ ଆଜି ପରିଦର୍ଶନରେ ଆସିଥିଲେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତୀଭସନ । ଏଥିସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ ।ଉନ୍ନୟନ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ନିର୍ମାଣକାର୍ଯ୍ୟ ସଠିକ ଭାବରେ ହେଉଥିବା କହିଛନ୍ତି । ଖୁବଶୀଘ୍ର ଏହି କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ ହେବା ଏବଂ ଲୋକାର୍ପଣ ହେବାସହ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସାନଖେମୁଣ୍ଡି ବିଡିଓ ମିଶ୍ରଙ୍କ ସୁଚାନା ରହିଛି । ଏହି ପରିଦର୍ଶନ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇବା ଆଶା ନେଇ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ,ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୌଡ଼, ପୁଡାମାରୀ ମଣ୍ଡଳ ସଭାପତି ସନାତନ ନାୟକଙ୍କ ପ୍ରମୁଖ ବହୁ ବୁଦ୍ଧିଜୀବି ଏବଂ ସ୍ଥାନୀୟ ଜନସାଧାରଣ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାପାଳ, ସାନଖେମୁଣ୍ଡି ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମିଶ୍ରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
