ପି.ଏନ.ଜି. ଗ୍ୟାସର ଶୁଭାରମ୍ଭ

ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ପକ୍ଷରୁ ହୋଟେଲ ଯଯାତି କୋର୍ଟୟାର୍ଡ଼ ରେ ପି.ଏନ.ଜି. ଗ୍ୟାସର ଶୁଭାରମ୍ଭ l ଭାରତ ସରକାରଙ୍କ ପ୍ରତେକ ଘରକୁ ଓ ବ୍ୟବସାୟୀ ସଂସ୍ଥାକୁ ପାଇପ ଲାଇନ ଯୋଗେ ଗ୍ୟାସ ପ୍ରଦାନ ପାଇଁ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ଆଜି ବ୍ୟାସନଗର ସହର ସ୍ଥିତ ଯଯାତି କୋର୍ଟୟାର୍ଡ଼ ହୋଟେଲରେ ପ୍ରତେକ ବ୍ୟବସାୟୀ ସଂସ୍ଥା, ହୋଟେଲ ଓ ରେଷ୍ଟ୍ରୋଣ୍ଟ, ମସଜିତ ଓ ଗୁରୁଦ୍ୱାରକୁ ପାଇପ ଲାଇନ ଯୋଗେ କମରସିଆଲ ଗ୍ୟାସ ପ୍ରଦାନ ପାଇଁ ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ କମ୍ପାନୀର ଯାଜପୁର ଓ କେନ୍ଦୁଝର ଜିଲ୍ଲାର ପରିଚାଳକ ଅଧିକାରୀ ମନୋଜ କୁମାର ଯାଦବ, ରମିତ ସିଂ ଓ ଯଯାତି କୋଟିଆଡ଼ ହୋଟେଲର ମୁଖ୍ୟ ପରିଚାଳକ ଅଧିକାରୀ ଦିବ୍ୟରଞ୍ଜନ ନାୟକ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ *ବି ପି ସି ଏଲ* ଯାଜପୁର ଓ କେନ୍ଦୁଝରର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *